Author: TRUPTIMAYEE SAHOO

  ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ ଗତ କିଛି ଦଶନ୍ଧି ଧରି ଜଟିଳ ରହିଛି । ଉଭୟ ଦେଶ ମଧ୍ୟରେ ସୀମା ବିବାଦ, ରଣନୀତିକ ପ୍ରତିଯୋଗିତା ଓ ଭୂ-ରାଜନୈତିକ ସ୍ୱାର୍ଥର ସଂଘର୍ଷ ମଧ୍ୟରେ ତିବ୍ବତ ଓ ଦଲାଇ ଲାମା ସର୍ବଦା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇ ରହିଛନ୍ତି । ଏବେ ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନ ନେଇ ଚୀନ ଯେଉଁ ଭାବେ ହସ୍ତକ୍ଷେପ କରୁଛି, ତାହା ଭାରତ-ଚୀନ ସମ୍ପର୍କରେ ନୂଆ ତିକ୍ତତା ଆଣିପାରେ ବୋଲି ଆଶଙ୍କା ରହିଛି । ଦଲାଇ ଲାମାଙ୍କ ଜୀବନର ୯୦ ବର୍ଷ ପୂରଣ ହେବା ସହ ଭାରତ-ଚୀନର ସମ୍ବେଦନଶୀଳ ସମ୍ପର୍କ ମଧ୍ୟରେ ଉତ୍ତରାଧିକାରୀ ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଦଲାଇ ଲାମାଙ୍କ ପୁନର୍ଜନ୍ମ ନେଇ ବିବାଦ ଦ୍ୱିପାକ୍ଷିକ ଉତ୍ତେଜନାରେ ଆଉ ଏକ ସ୍ତର ଯୋଗ କରୁଛି । ଏହା ୨୦୨୦ର ସୀମା ସଂଘର୍ଷ ଓ ଚୀନର ପାକିସ୍ତାନ ପ୍ରତି ସାମ୍ପ୍ରତିକ କୂଟନୈତିକ ସହଯୋଗ ପରେ ଜାରି…

Read More