Author: TRUPTIMAYEE SAHOO

ଅହମ୍ମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ ଶୁକ୍ରବାର ସୁଦ୍ଧା ସାର୍ବଜନୀନ ହୋଇପାରେ ।  କିନ୍ତୁ, ଏହା ମଧ୍ୟରେ ସୂତ୍ରରୁ ଖବର ମିଳିଛି ଯେ ତଦନ୍ତ ଦଳର ଧ୍ୟାନ ବିମାନର ଫ୍ୟୁଏଲ କଣ୍ଟ୍ରୋଲ ସ୍ୱିଚ ଉପରେ ରହିଛି ।  ୧୨ ଜୁନରେ ଏୟାର ଇଣ୍ଡିଆର ବିମାନ ଏଆଇ-୧୭୧ ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ମିନିଟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ବିମାନ ଲଣ୍ଡନ ଅଭିମୁଖେ ଯାଉଥିଲା । ଟେକଅଫ ପରେ କିଛି ସମୟ ମଧ୍ୟରେ ବିମାନ ୬୫୦ ଫୁଟ ଉଚ୍ଚତାରେ ପହଞ୍ଚିବା ପରେ ନିମ୍ନମୁଖୀ ହୋଇ ପଡ଼ିବାକୁ ଲାଗିଲା । ଏହି ଦୁର୍ଘଟଣାରେ ବିମାନରେ ଥିବା ୨୪୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ସହିତ ଭୂମିରେ ମଧ୍ୟ କିଛି ଲୋକଙ୍କର ମୃତ୍ୟୁ ଘଟିଥିଲା । ଇଞ୍ଜିନର ଫ୍ୟୁଏଲ କଣ୍ଟ୍ରୋଲ ସ୍ୱିଚ କିପରି କାମ କରୁଥିଲା ? ଏକ…

Read More