Author: TRUPTIMAYEE SAHOO

ଅହମ୍ମଦାବାଦରେ ୧୨ ଜୁନରେ ଘଟିଥିବା ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମଲାଇନର ବିମାନ ଦୁର୍ଘଟଣାରେ ବୋଇଂ କମ୍ପାନୀର ଭୂମିକା ଥିବାର ସନ୍ଦେହ ଦେଖାଦେବାରୁ ଆମେରିକୀୟ ଗଣମାଧ୍ୟମ ଏହି ଘଟଣାକୁ ନୂଆ ରଙ୍ଗ ଦେବାର ଚେଷ୍ଟା ଆରମ୍ଭ କରିଛି । ଅହମ୍ମଦାବାଦ ଦୁର୍ଘଟଣା ପରେ ବୋଇଂର ଭରସା ହରାଇବା ଓ ତା’ର ପତନକୁ ରୋକିବା ପାଇଁ ଆମେରିକୀୟ ଗଣମାଧ୍ୟମ ଭାରତୀୟ ପାଇଲଟଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି । ଏତିକି ନୁହେଁ, ଆମେରିକୀୟ ଗଣମାଧ୍ୟମ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ (ଏଏଆଇବି)ର ରିପୋର୍ଟକୁ ନିଜ ଢଙ୍ଗରେ ଉପସ୍ଥାପନ କରିବା ମଧ୍ୟ ଆରମ୍ଭ କରିଛି । ଏଏଆଇବିର ରିପୋର୍ଟକୁ ଉଦ୍ଧୃତ କରି ଆମେରିକୀୟ ଖବରକାଗଜ ‘ଦି ଓ୍ଵାଲ ଷ୍ଟ୍ରିଟ ଜର୍ଣ୍ଣାଲ’ ଲେଖିଛି ଯେ କକପିଟର ରେକର୍ଡିଂରୁ ଜଣାପଡ଼ିଛି ଯେ ବିମାନର ଇଞ୍ଜିନଗୁଡ଼ିକରେ ଇନ୍ଧନ ଯୋଗାଣକୁ ଫ୍ଲାଇଟ କ୍ୟାପଟେନ ନିଜେ ବନ୍ଦ କରିଦେଇଥିଲେ । ଆମେରିକୀୟ ଗଣମାଧ୍ୟମର ଏହି ମିଛ ଦାବିରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି…

Read More