Author: TRUPTIMAYEE SAHOO

ଆମେରିକା ପରେ ଚୀନ ବିଶ୍ୱର ଦ୍ୱିତୀୟ କ୍ଷମତାକେନ୍ଦ୍ର । ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ଶୁଳ୍କ ନିର୍ଦ୍ଧାରଣକୁ ନେଇ ଯେଉଁ ଅଘୋଷିତ ଯୁଦ୍ଧ ପରିବେଶ ସୃଷ୍ଟି କରିଛନ୍ତି ତାହାର ଖୋଲା ମୁକାବିଲା କେବଳ ଚୀନ କରିଛି । ଆମେରିକାର ଯେକୌଣସି ଆହ୍ୱାନର ସମ୍ମୁଖୀନ ହେବା ସକାଶେ ଚୀନ ପ୍ରସ୍ତୁତ । ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପ୍ରଭାବୀ ଭୂମିକାକୁ ଅସ୍ୱୀକାର କରି ହେବନି । ଏପରିକି ଆମେରିକୀୟ ଡଲାରର ଥ‌ିବା ବିଶ୍ୱବ୍ୟାପୀ ପ୍ରଧାନ୍ୟକୁ ଖର୍ବ କରିବା ସକାଶେ ବ୍ରିକ୍ସ ସମ୍ମିଳନୀ ମାଧ୍ୟମରେ ଜିନପିଙ୍ଗଙ୍କ ସମାନ୍ତରାଳ ମୁଦ୍ରା ପ୍ରଚଳନ ପ୍ରସ୍ତାବ ଟ୍ରମ୍ପକୁ ବିବ୍ରତ କରିଛି । ଏଥରୁ ସୃଷ୍ଟ ଅନୁମେୟ ଯେ ଆମେରିକାର ନାଟୋ ସାମରିକ ମେଣ୍ଟ ଭଳି ଚୀନ ମଧ୍ୟ ନିଜର ଆର୍ଥିକ ଦମ୍ଭ ଓ ସାମରିକ ଶକ୍ତି ବଳରେ ଆହ୍ୱାନ ଦେଲା ଭଳି ସାମର୍ଥ୍ୟ ଏକଜୁଟ କରିବାକୁ ସମର୍ଥ ହୋଇଛି । ବ୍ରିକ୍ସ ସଂଗଠନର ପ୍ରମୁଖ ପୁରୋଧା ହେଉଛି…

Read More