Author: TRUPTIMAYEE SAHOO

ସୈନିକ ସ୍କୁଲ ଅଳିଆ ଗଦା ମାମଲା ଏବେ ହାଇକୋର୍ଟରେ । ସୈନିକ ସ୍କୁଲ ପାଚେରି ଦକ୍ଷିଣ ପାର୍ଶ୍ୱରେ ଥିବା ଗାଡ଼କଣ ଅଳିଆଗଦା ବିନା ପରିବେଶ ମଞ୍ଜୁରୀ, ଆବର୍ଜନା ନିରାପଦ ପରିଚାଳନା ନିୟମ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁମୋଦନରେ ଗତ ୧୮ ବର୍ଷ ହେଲା ଚାଲିଛି । ଏଭଳି ଅଭିଯୋଗରେ ଏକ ଜନସ୍ୱାର୍ଥ ମାମଲା ଓଡ଼ିଶା ଉଚ୍ଚ ନ୍ୟାୟାଳୟ କରାଯାଇଥିଲା । ହାଇକୋର୍ଟ ସୋମବାର ରାଜ୍ୟ ସରକାର, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ରାଜ୍ୟ ପ୍ରଦୂଷଣ ବୋର୍ଡ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଭୁବନେଶ୍ଵର ମହାନଗର ନିଗମଙ୍କୁ ଜବାବ ମାଗିଛନ୍ତି । ଭୁବନେଶ୍ୱର ଉନ୍ନୟନ ପରିଷଦ ତରଫରୁ ଏହାର ସଭାପତି ବାସୁଦେବ ଭଟ୍ଟ ଦ୍ଵାରା ଆଗତ ହୋଇଥିବା ଏହି ମାମଲାରେ ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ହରିଶ ଟଣ୍ଡନ ଓ ମାନସ ରଞ୍ଜନ ପାଠକଙ୍କ ଖଣ୍ଡପୀଠ ଅଭିଯୋଗର ଏହି ମାମଲାରେ କେନ୍ଦ୍ର ପ୍ରଦୂଷଣ ବୋର୍ଡ ଓ ସୈନିକ ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ପକ୍ଷଭୁକ୍ତ ଅଛନ୍ତି ।…

Read More