Author: TRUPTIMAYEE SAHOO

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ଏକ ରାଜନୈତିକ ମାଇଲଖୁଣ୍ଟ ଅତିକ୍ରମ କରି ଇନ୍ଦିରା ଗାନ୍ଧୀଙ୍କ ରେକର୍ଡକୁ ପଛରେ ପକାଇଛନ୍ତି । ଏକ ନିରନ୍ତର କାର୍ଯ୍ୟକାଳରେ ଭାରତର ଦ୍ୱିତୀୟ ସର୍ବାଧିକ ଦୀର୍ଘକାଳୀନ ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି । ଜୁଲାଇ ୨୫, ୨୦୨୫ରେ ପ୍ରଧାନମନ୍ତ୍ରୀ ମୋଦୀ ଜାନୁଆରୀ ୧୯୬୬ ରୁ ମାର୍ଚ୍ଚ ୧୯୭୭ ମଧ୍ୟରେ ଇନ୍ଦିରା ଗାନ୍ଧୀଙ୍କ ୪,୦୭୭ ଦିନର କ୍ରମାଗତ କାର୍ଯ୍ୟକାଳକୁ ଅତିକ୍ରମ କରି ୪୦୭୮ ଦିନ କାର୍ଯ୍ୟକାଳ ପୂରଣ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଜନୈତିକ ଯାତ୍ରାରେ ଏହି ସଫଳତା ଏକ ଐତିହାସିକ ଅଧ୍ୟାୟ । ୨୦୦୧ ରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ଆରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦୀ ପ୍ରାୟ ୨୪ ବର୍ଷ ଧରି ରାଜ୍ୟ ଏବଂ ଜାତୀୟ ସ୍ତରରେ ନିର୍ବାଚିତ ସରକାରଗୁଡ଼ିକର ନେତୃତ୍ୱ ନେଇଛନ୍ତି, ଯାହା ଅନ୍ୟ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅତୁଳନୀୟ । ବର୍ତ୍ତମାନ  ଯୁକ୍ତରାଜ୍ୟ ଏବଂ ମାଳଦ୍ୱୀପ ଗସ୍ତରେ ଥିବା ନରେନ୍ଦ୍ର ମୋଦୀ…

Read More