Author: TRUPTIMAYEE SAHOO

ବୁଧବାର ଦିନ ଲୋକସଭାରେ ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ କମଳେଶ ପାସୱାନ ନକଲି ଜବ୍ କାର୍ଡ ନେଇ ଏକ ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି । ଏହି ରିପୋର୍ଟରେ ଓଡ଼ିଶା ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ନକଲି ଜବ୍ କାର୍ଡ କ୍ଷେତ୍ରରେ କେନ୍ଦ୍ରମନ୍ତ୍ରୀ ଯେଉଁ ରିପୋର୍ଟ ପ୍ରଦାନ କରିଛନ୍ତି ସେଥିରେ ବିହାର ପ୍ରଥମ ସ୍ଥାନରେ ଥିବା ବେଳେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି । କେବଳ ନକଲି ଜବ୍ କାର୍ଡ ନୁହେଁ ରାଜ୍ୟରେ ନକଲି ରାସନ କାର୍ଡ ସଂଖ୍ୟା ମଧ୍ୟ କମ ନୁହେଁ । ମିଳିଥିବା ସୂଚନା ଅନୁସାରେ ଓଡ଼ିଶାରେ ୨୦୨୨-୨୩ରେ ୧୧,୯୪୪ ଟି ନକଲି ଜବ୍ କାର୍ଡ ରଦ୍ଦ ହୋଇଥିବା ବେଳେ ୨୦୨୩-୨୪ରେ ୭,୨୯୬ ଓ ୨୦୨୪-୨୫ରେ ୭,୫୬୬ଟି ନକଲି ଜବ୍ କାର୍ଡ ରଦ୍ଦ କରାଯାଇଛି । ତେଣୁ ପ୍ରଶ୍ନ ଉଠୁଛି ଏତେ ସଂଖ୍ୟକ ନକଲି କାର୍ଡ କିଏ ପ୍ରଦାନ କରୁଛି । ଉତ୍ତର ଆସିବ ଯେ ଏଭଳି କାର୍ଡ…

Read More