Author: TRUPTIMAYEE SAHOO

ଜଗଦୀପ ଧନଖଡଙ୍କୁ ଇସ୍ତଫା ଦେବାର କାରଣ ସମ୍ପର୍କରେ ଏକ ବଡ଼ ଖୁଲାସା ହୋଇଛି । ଜଗଦୀପ ଧନଖଡ଼ ୨୧ ଜୁଲାଇରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ସେ ସ୍ୱାସ୍ଥ୍ୟଗତ କାରଣକୁ ନେଇ ଇସ୍ତଫା ଦେଇଥିବା କହିଥିଲେ। କିନ୍ତୁ ବାସ୍ତବତା ଅନ୍ୟ କିଛି । ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ବିରୁଦ୍ଧରେ ବିପକ୍ଷର ମହାଭିଯୋଗ ପ୍ରସ୍ତାବ ହିଁ ତାଙ୍କ ପଦ ହରାଇବାର କାରଣ ହୋଇଛି । ଯେତେବେଳେ ସେ ଜଷ୍ଟିସ ବର୍ମାଙ୍କ ବିରୁଦ୍ଧରେ ବିପକ୍ଷର ମହାଭିଯୋଗ ନୋଟିସକୁ ଗ୍ରହଣ କଲେ, ସରକାର ତାଙ୍କ ଉପରେ ନାରାଜ ହୋଇଗଲେ । ଏହାପରେ କ’ଣ ହେଲା, ତାହା ସମସ୍ତଙ୍କ ଜଣା । ସେହି ରାତିରେ ତାଙ୍କୁ ରାଷ୍ଟ୍ରପତିଙ୍କ ପାଖକୁ ଯାଇ ଇସ୍ତଫା ଦେବାକୁ ପଡ଼ିଲା । ଜଗଦୀପ ଧନଖଡ଼ ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ ଗ୍ରହଣ ତ କଲେ, କିନ୍ତୁ ଗୋଟିଏ ଜାଗାରେ ସେ ମାତ୍ ଖାଇ ଯାଇଥିଲେ। ହଁ, ମୌସୁମୀ ଅଧିବେଶନର…

Read More