Author: TRUPTIMAYEE SAHOO

ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀ ପୂର୍ବରୁ ଚୀନ ସହ ଗତ ପାଞ୍ଚ ବର୍ଷ ଧରି ଥିବା ତିକ୍ତ ସଂପର୍କକୁ ସହଜ ଓ ସାବଲୀଳ କରିବା ପାଇଁ ଭାରତ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ପ୍ରଥମ ପଦପେକ୍ଷ ସ୍ଵରୂପ ଜୁଲାଇ ୨୪ରୁ ଚୀନ ନାଗରିକଙ୍କୁ ପର୍ଯ୍ୟଟନ ଭିସା ଦେବା ସକାଶେ ରାଜି ହୋଇଛି ଭାରତ । ଏହା ଫଳରେ ଦୁଇ ଦେଶର ନାଗରିକଙ୍କ ମଧ୍ୟରେ ସଂପର୍କ ଓ ସହଯୋଗ ପ୍ରତିଷ୍ଠା ହୋଇପାରିବ । ଗଲୱାନ ଉତ୍ତେଜନା ଓ କୋଭିତ ମହାମାରୀ ପ୍ରେକ୍ଷାପଟରେ ଏହି ସଂପର୍କ ଏକପ୍ରକାର ତୁଟି ଯାଇଥିଲା । ନିକଟରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ବେଜିଂ ଗସ୍ତରେ ଯାଇ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ କରିଥିବା ଆଲୋଚନା ଏ ଦିଗରେ ପଥ ପରିଷ୍କାର କରିଛି। ଦ୍ୱିପାକ୍ଷିକ ସଂପର୍କର ଭିତ୍ତିଭୂମି ଗତ ଅକ୍ଟୋବରରେ ଜିନପିଙ୍ଗ ଓ ମୋଦୀଙ୍କ ମସ୍କୋ ବୈଠକରେ ପଡ଼ିଥିଲେ ମଧ୍ୟ ଅପରେସନ ସିନ୍ଦୂର’ରେ ଚୀନର…

Read More