Author: TRUPTIMAYEE SAHOO

ଓଡ଼ିଶା ହାଇକୋର୍ଟ ତାହାର ୭୮ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଥ‌ିବା ବେଳେ ବଢୁଥ‌ିବା ମାମଲା ବୋଝ ଏବେ ବି ହାଇକୋର୍ଟ ପାଇଁ ଏକ ପ୍ରମୁଖ ଆହ୍ୱାନ ହୋଇଛି । ଗୋଟିଏପଟେ ବିଚାରାଧୀନ ମାମଲା ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମାମଲା ଫଏସଲା ହାର କିନ୍ତୁ ହ୍ରାସ ପାଇଛି । ଗତ ୨୦୨୫ ଜାନୁଆରିରେ ୧ ଲକ୍ଷ ୪୬ ହଜାର ୩,୭୩ ମାମଲା ବିଚାରାଧୀନ ଥିଲା ବେଳେ ଜୁଲାଇ ୨୩ସୁଦ୍ଧା ୧ଲକ୍ଷ ୫୨ହଜାର ମାମଲା ବିଚାରାଧୀନ ରହିଛି । ୨୦୨୩ ଓ ୨୦୨୪ର ପ୍ରଥମ ୬ମାସ ଜାନୁଆରିରୁ ଜୁନ୍ ତୁଳନାରେ ୨୦୨୫ର ପ୍ରଥମାର୍କ ଶେଷ ସୁଦ୍ଧା ମାମଲା ଫଏସଲା ହାର ଅହେତୁକ ହ୍ରାସ ପାଇଛି । ଅନ୍ୟପଟରେ, ବିଗତ ଦୁଇବର୍ଷ ତୁଳନାରେ ହାଇକୋର୍ଟର କାର୍ଯ୍ୟରତ ବିଚାରପତିଙ୍କ ସଂଖ୍ୟା ମଧ୍ୟ କମିଥିବା ଜଣାପଡ଼ିଛି । ହାଇକୋର୍ଟରେ ମୋଟ ୩୩ଟି ମଞ୍ଜୁରିପ୍ରାପ୍ତ ବିଚାରପତି ପଦବି ଥିବା ବେଳେ ଏବେ ମୁଖ୍ୟ ବିଚାରପତିଙ୍କ ସମେତ ମୋଟ…

Read More