Author: TRUPTIMAYEE SAHOO

ଭୁବନେଶ୍ୱରରେ ବହୁଆକାଂକ୍ଷିତ ମେଟ୍ରୋ ରେଳ ଚଳାଚଳର ସ୍ୱପ୍ନ ଆପାତତଃ ମଉଳି ଯାଇଛି । ପୂର୍ବ ବିଜେଡି ସରକାର ଅମଳରେ ଏଥିପାଇଁ ହୋଇଥିବା ଟେଣ୍ଡର ଏବେ ବାତିଲ୍ ହେବା ପରେ ଏହି ବହୁ ଆକାଂକ୍ଷିତ ପ୍ରକଳ୍ପର ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି । ଟେଣ୍ଡର ବାତିଲ୍ ପଛର କାରଣ ନିର୍ଦ୍ଦିଷ୍ଟ ଭାବେ ଜଣାପଡ଼ି ନଥିଲେ ମଧ୍ୟ ସରକାରୀ ଦଳକୁ ଛାଡ଼ି ପ୍ରାୟତଃ ସବୁଆଡ଼େ ଅସନ୍ତୋଷ ଓ ସମାଲୋଚନାର ସ୍ଵର ଶୁଣିବାକୁ ମିଳୁଛି । ନୂଆ ଡିପିଆର ଚୂଡ଼ାନ୍ତ ହେବା ଏବଂ ସାନି ଟେଣ୍ଡର ଏକ ସହଜ ପ୍ରକ୍ରିୟା ନୁହେଁ । ତା’ଛଡ଼ା ମେଟ୍ରୋ ଟ୍ରେନ୍‌ର ପରିବର୍ଜିତ ରୂପରେଖକୁ ନେଇ ମନ୍ତ୍ରୀପରିଷଦର ସଦସ୍ୟମାନେ ବିଭିନ୍ନ ସମୟରେ ଦେଇଥ‌ିବା ବିବୃତ୍ତିରେ ତାଳମେଳ ରହୁ ନଥିବାରୁ ଏହି ପ୍ରକଳ୍ପ ଯେ ନିକଟ ଭବିଷ୍ୟତରେ ଆରମ୍ଭ ହେବାର ନାହିଁ ତାହା ଅନୁମାନ କରାଯାଇଛି । ମେଟ୍ରୋ ରେଳପ୍ରକଳ୍ପ ଆଉ ବିଳାସ ହୋଇ ରହିନାହିଁ । ବରଂ କ୍ରମବର୍ଦ୍ଧିଷ୍ଣୁ…

Read More