Author: TRUPTIMAYEE SAHOO

ଯେତେବେଳେ ଜଳାଶୟରେ ଲୁଚିଥିବା ଦୁର୍ଯୋଧନଙ୍କୁ ପାଣ୍ଡବମାନେ ଆହ୍ୱାନ କଲେ, ସେତେବେଳେ ସେ ବାହାରକୁ ଆସିଲେ। ତା’ପରେ ତାଙ୍କର ଓ ଭୀମଙ୍କ ମଧ୍ୟରେ ପ୍ରଚଣ୍ଡ ଗଦା ଯୁଦ୍ଧ ହେଲା। ଏହି ଯୁଦ୍ଧରେ ଭୀମ ତାଙ୍କୁ ମରଣାନ୍ତକ ଅବସ୍ଥାରେ ପହଞ୍ଚାଇ ଦେଇଥିଲେ । ଦୁର୍ଯୋଧନ ଭୂମିରେ ପଡ଼ି ମୃତ୍ୟୁର ଅପେକ୍ଷା କରୁଥିଲେ। କିନ୍ତୁ ଏଭଳି ସମୟରେ ମଧ୍ୟ ସେ ଶ୍ରୀକୃଷ୍ଣଙ୍କୁ ନେଇ ନିଜର ତୀବ୍ର ଘୃଣ ପ୍ରକାଶ କରିଥିଲେ। ତେବେ କାହିଁକି ଦୁର୍ଯୋଧନ ଶ୍ରୀକୃଷ୍ଣଙ୍କ ଉପରେ ଏତେ ରାଗିଥିଲେ ଏବଂ ତାଙ୍କୁ କ’ଣ ସବୁ କହିଥିଲେ? ଓ ଶ୍ରୀକୃଷ୍ଣଙ୍କ ଉତ୍ତର କ’ଣ ଥିଲା? ମହାଭାରତ ଯୁଦ୍ଧରେ ହାରିବା ପରେ ଦୁର୍ଯୋଧନ ଗୁରୁତର ଆହତ ହୋଇ ଜଳାଶୟରେ ଲୁଚିଥିଲେ। ପାଣ୍ଡବମାନେ କୌଣସି ଉପାୟରେ ଜାଣିପାରିଥିଲେ ଯେ ସେ କେଉଁଠାରେ ଅଛନ୍ତି । ତେବେ ପାଣ୍ଡବମାନେ ସେହି ଜଳାଶୟ ନିକଟରେ ପହଞ୍ଚିଲେ ଏବଂ ଦୁର୍ଯୋଧନଙ୍କୁ ବାହାରକୁ ଆସିବାକୁ ଆହ୍ୱାନ କରିଥିଲେ। ଅବଶେଷରେ ଦୁର୍ଯୋଧନ ସରୋବରରୁ ବାହାରକୁ ଆସିଲେ…

Read More