Author: TRUPTIMAYEE SAHOO

୨୦୨୪ରେ ହୋଇଛି ୨୩,୦୦୦ କୋଟିର ଡିଜିଟାଲ ଠକେଇ । ଦେଶରେ କିଭଳିଭାବେ ଏବଂ କେତେ ମାତ୍ରାରେ ସାଇବର ଅପରାଧୀ ସେମାନଙ୍କ ନେଟୱାର୍କ ବିସ୍ତାର କରିଛନ୍ତି ତାହା ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ମନରେ ଭୟ ମଧ୍ୟ ସୃଷ୍ଟି ହେବ । ୨୦୨୪ରେ ଭାରତ ସାଇବର ଅପରାଧୀ ଏବଂ ଠକଙ୍କ ଯୋଗୁ ୨୨,୮୪୨ କୋଟି ଟଙ୍କା ହରାଇଛି ବୋଲି ଦିଲ୍ଲୀସ୍ଥିତ ମିଡିଆ ଏବଂ ଟେକ୍ କମ୍ପାନୀ ଡାଟାଲିକ୍‍ସ ରିପୋର୍ଟ ପ୍ରକାଶ କରିଛି । ସେହିପରି ରାଜ୍ୟ ଏବଂ କେନ୍ଦ୍ରୀୟ ଆଇନ ପ୍ରବର୍ତ୍ତନ ମଧ୍ୟରେ ସମନ୍ଵୟ ରଖୁଥିବା ଏକ ସଂଘୀୟ ସଂସ୍ଥା, ଇଣ୍ଡିଆନ, ସାଇବର କ୍ରାଇମ୍ ଜୋଅର୍ଡନେସନ୍ ସେଣ୍ଟର (୧୪ସି) ଆକଳନ କରିଛି ଯେ ଭାରତୀୟମାନେ ଏହି ବର୍ଷ ସାଇବର ଠକେଇ ମାଧ୍ୟମରେ ୧.୨ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ସହିଛନ୍ତି । ଡାଟାଲିକ୍‍ସ କହିଛି ଯେ ୨୦୨୪ରେ ଡିଜିଟାଲ ଅପରାଧୀ ଏବଂ ଠକମାନଙ୍କ ଦ୍ବାରା ଚୋରି ହୋଇଥିବା ଅର୍ଥରାଶି ୨୦୨୩…

Read More