Author: TRUPTIMAYEE SAHOO

ରୁଷ ଏବଂ ଆମେରିକା ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଏକ ନାମ ହଠାତ୍ ଚର୍ଚ୍ଚାକୁ ଆସିଛି, ଦିମିତ୍ରୀ ମେଦଭେଦେଭ । ରୁଷର ପୂର୍ବତନ ରାଷ୍ଟ୍ରପତି ଏବଂ ବର୍ତ୍ତମାନର ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ମେଦଭେଦେଭ ନିକଟରେ ଏପରି ଏକ ବୟାନ ଦେଇଛନ୍ତି, ଯାହାକୁ ଆମେରିକା ସିଧାସଳଖ ପରମାଣୁ ଧମକ ବୋଲି ଗ୍ରହଣ କରିଛି । ଫଳସ୍ୱରୂପ, ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ନିକଟରେ ଦୁଇଟି ପରମାଣୁ ବୁଡ଼ା ଜାହଜ ମୁଚୟନ କରିବାକୁ ଆଦେଶ ଦେଇଛନ୍ତି । ବର୍ତ୍ତମାନ ବିଶ୍ୱ ଭୟଭୀତ ହୋଇଛି, କାରଣ ଦୁଇ ପରମାଣୁ ଶକ୍ତି ଏକାପଟେ ଅନ୍ୟକୁ ଖୋଲାଖୋଲି ଚେତାବନୀ ଦେଉଛନ୍ତି । କେମିତି ବଢିଲା ଉତ୍ତେଜନା ? ଏହି ଉତ୍ତେଜନା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ସପ୍ତାହରେ ଦେଇଥିବା ଚେତାବନୀ ପରେ ସୃଷ୍ଟି ହୋଇଛି । ସେ କହିଥିଲେ ଯେ, ଯଦି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନରେ ଯୁଦ୍ଧବିରାମ ପାଇଁ ରାଜି ନହୁଅନ୍ତି, ତେବେ…

Read More