Author: TRUPTIMAYEE SAHOO

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ରାଜନୀତି ନ କରିବା ପାଇଁ ତାଙ୍କ ବାପା ଅନୁରୋଧ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ମଧ୍ୟ ସମାନ ଅନୁରୋଧ କରି କାହାରି ଜୀବନକୁ ନେଇ ବିରୋଧୀ ଦଳ ରାଜନୀତି ନ କରୁ ବୋଲି ପରାମର୍ଶ ଦେଇଛନ୍ତି । ଶନିବାର ଦିନ ନୂଆଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କ ମୃତ୍ୟୁ ଘଟିଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିପାଇଁ ଗଭୀର କ୍ଷୋଭ ପ୍ରକାଶ ମଧ୍ୟ କରିଥିଲେ । କିନ୍ତୁ ଶନିବାର ଦିନ ଓଡ଼ିଶା ପୋଲିସର ଏକ ପୋଷ୍ଟ ରାଜନୀତି ପାଇଁ ସମସ୍ତ ବାଟ ଖୋଲି ଦେଇଛି କିମ୍ବା ପ୍ରଶସ୍ତ କରିଛି । ଯେଉଁଦିନ ବଳଙ୍ଗା ପୀଡ଼ିତାଙ୍କର ମୃତ୍ୟୁ ଘଟିଲା, ସେହିଦିନର ପୋଷ୍ଟ । ଏଥିରେ ଲେଖାଅଛି ଯେ ବଳଙ୍ଗା ଘଟଣାରେ ପୀଡ଼ିତା ଝିଅଙ୍କର ମୃତ୍ୟୁ ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖ । ଏହି ଘଟଣାରେ ପୁଲିସ ପକ୍ଷରୁ ତଦନ୍ତ ନିଷ୍ଠାର ସହ କରାଯାଇଛି ।…

Read More