Author: TRUPTIMAYEE SAHOO

୧୯୬୭ର ବିଧାନସଭା ନିର୍ବାଚନ ବିହାରର ରାଜନୀତିରେ ଏକ ନିର୍ଣ୍ଣାୟକ ମୋଡ଼ ଥିଲା । ସେତେବେଳେ ରାଜନୀତିର କେନ୍ଦ୍ରବିନ୍ଦୁରେ ଥିବା କଂଗ୍ରେସ ପଛକୁ ଚାଲି ଯାଇଥିଲା ଏବଂ ପ୍ରଥମ ଥର ପାଇଁ ଅଣ-କଂଗ୍ରେସବାଦ ଅସ୍ତିତ୍ୱକୁ ଆସିଥିଲା । ସେହି ସମୟରେ ନିର୍ବାଚନୀ ସ୍ଲୋଗାନ ଏପରି ଚମତ୍କାର ଦେଖାଇଥିଲା ଯେ ମତଦାନର ସମଗ୍ର ପରିଦୃଶ୍ୟ ବଦଳି ଗଲା । ଏହି ନାରାଗୁଡ଼ିକୁ ଗଢ଼ିବାରେ ରାମମନୋହର ଲୋହିଆ ଏବଂ କର୍ପୁରୀ ଠାକୁର ମୁଖ୍ୟ ଭୂମିକା ନିଭାଇଥିଲେ । ଆସନ୍ତୁ ଆଜି ଜାଣିବା ଏମିତି ତିନୋଟି ଚର୍ଚ୍ଚିତ ସ୍ଲୋଗାନ ବାବଦରେ, ଯାହା ୧୯୬୭ରେ କଂଗ୍ରେସର ଡଙ୍ଗା ନିର୍ବାଚନୀ ବୈତରଣିରେ ବୁଡ଼ାଇ ଦେଇଥିଲା । ସଂସୋପା ବାନ୍ଧି ହୈ ଗଣ୍ଠ, ପିଛଡେ ପାବେ ଶୋ’ ମୈ ଷାଠ୍ ବିହାରରେ ରାଜନୈତିକ ପରିବର୍ତ୍ତନର ଭିତ୍ତି ୧୯୬୪ରୁ ପ୍ରସ୍ତୁତ ହେବା ଆରମ୍ଭ ହୋଇଥିଲା । ୧୯୬୪ରେ ପ୍ରଜା ସୋସିଆଲିଷ୍ଟ ପାର୍ଟି ଓ ସୋସିଆଲିଷ୍ଟ ପାର୍ଟିର ମିଶ୍ରଣ ପରେ ସଂଯୁକ୍ତ ସୋସିଆଲିଷ୍ଟ ପାର୍ଟିର…

Read More