Author: TRUPTIMAYEE SAHOO

ଶପଥ ଗ୍ରହଣ ପରଠାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ବରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆତଙ୍କ ସୃଷ୍ଟି କରିଛନ୍ତି । କେବେ ପ୍ରବାସୀଙ୍କୁ ନିଶାଣ କରୁଛନ୍ତି ତ ଆଉ କେବେ ଶୁଳ୍କ ଲଗାଇ ବିଶ୍ବ ଅର୍ଥନୀତିକୁ ଅସ୍ଥିର କରିବାକୁ ପ୍ରୟାସ କରିଛନ୍ତି । ସେ ୧୯୪ ଦିନ ହେଲା କ୍ଷମତାସୀନ ହେଲେଣି । କିନ୍ତୁ ତାଙ୍କର ଏହି କାର୍ଯ୍ୟକାଳ ଅଶାନ୍ତିପୂର୍ଣ୍ଣ ଏବଂ ୟୁ-ଟର୍ଣ୍ଣ ଭରା ରହିଛି । ଶୁଳ୍କ ନୀତିକୁ ନେଇ ସର୍ବାଧ‌ିକ ଅସ୍ଥିରତା ଦେଖା ଦେଇଛି । ଏ ପର୍ଯ୍ୟନ୍ତ ଟ୍ରମ୍ପ ଜବାବୀ ଶୁଳ୍କ ସମ୍ବନ୍ଧିତ ୨୮ ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି । ତେଣୁ ଟ୍ରମ୍ପଙ୍କୁ ଏବେ ପଲ୍‌ଟୁରାମ କୁହାଗଲାଣି । ସେ ଶୁଳ୍କ ପାଇଁ ଯେତିକି ଚର୍ଚ୍ଚାରେ ଅଛନ୍ତି ତାଠୁ ଅଧିକ ଚର୍ଚ୍ଚା ନିଜ ନିଷ୍ପତ୍ତିକୁ ବଦଳାଇବାକୁ ନେଇ ହେଉଛି । ଏପର୍ଯ୍ୟନ୍ତ ରେକର୍ଡ ୧୭୮ଟି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ଟ୍ରମ୍ପ ସ୍ବାକ୍ଷର କରିଛନ୍ତି। ଅର୍ଥାତ୍ ପ୍ରତିଦିନ ପ୍ରାୟ ଗୋଟିଏ…

Read More