Author: TRUPTIMAYEE SAHOO

ଭାରତ ଆସୁଥିବା ଆମେରିକାର ପର୍ଯ୍ୟଟକଙ୍କୁ ତାଙ୍କ ଦେଶର ବୈଦେଶିକ ମନ୍ତ୍ରଣାଳୟ ଯଥାସମ୍ଭବ ସତର୍କ ରହିବାକୁ ଚେତାବନୀ ଦେଇଛି । ଭାରତକୁ ହଠାତ କାହିଁକି ଅସୁରକ୍ଷିତ ରାଷ୍ଟ୍ର ରୂପେ ପରିଗଣିତ କରାଗଲା ତାହା ଯେକୌଣସି ଭାରତୀୟଙ୍କ ସକାଶେ ଚିନ୍ତା ଓ ଉଦ୍‌‌ବେଗର ବିଷୟ । ଓଡ଼ିଶା ସମେତ ଦେଶର ୬ଟି ରାଜ୍ୟ ପ୍ରତି ବିଶେଷ ସତର୍କ ରହିବାକୁ ସେହି ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି। ଆମ ଦେଶରେ ଓଡ଼ିଶା ଅପେକ୍ଷାକୃତ ଅଧିକ ଶାନ୍ତିପ୍ରିୟ ରାଜ୍ୟ ଓ ଭାଇଚାରା ସମ୍ପର୍କରେ ବିଶ୍ୱାସୀ । ସେଥିରେ ଆମେରିକା ହଠାତ୍‌‌ କଳଙ୍କ ଲେପିଲା କାହିଁକି? ଓଡ଼ିଆ ଅସ୍ମିତାକୁ ସୁରକ୍ଷା ଦେବା ସକାଶେ ରାଜ୍ୟବାସୀ ୨୪ ବର୍ଷର ଲୋକପ୍ରିୟ ସରକାରରେ ପରିବର୍ତ୍ତନ ଘଟାଇଥିଲେ ବୋଲି ବ୍ୟାଖ୍ୟାନ ସୃଷ୍ଟି କରାଯାଉଛି । ଯେଉଁ ସତର୍କତା ଚେତାବନୀ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଜାରି କରାଯାଇଛି ତାହା କ’ଣ ଆମ ଅସ୍ମିତାର ପରିପନ୍ଥୀ ନୁହେଁ ? ଏତେ ସବୁ କାହିଁକି ମଧ୍ୟରେ ଏବେ ଆସିବା…

Read More