Author: TRUPTIMAYEE SAHOO

ସରକାରଙ୍କ ମୋଟା ଅଙ୍କର ସହାୟତା ଏବେ ନେଉଛି ଛାତ୍ରୀଙ୍କ ଜୀବନ । ଏବେ ରାଜ୍ୟରେ ବିଭିନ୍ନ ସ୍ଥାନରେ ନିଆଁ ଝାସରେ ଛାତ୍ରୀ ଜଳୁଥିବା ଖବର ସାମ୍ନାକୁ ଆସୁଛି । ବାଲେଶ୍ୱର , ବଳଙ୍ଗା ପରେ ଏବେ କେନ୍ଦ୍ରପଡା । ନିଆଁରେ ପୋଡି ଜଣେ ଛାତ୍ରୀଙ୍କ ମୃତ୍ୟୁ ସମସ୍ତଙ୍କ ମନରେ ଆନେ୍ଦାଳନ ସୃଷ୍ଟି କରିଛି । କିନ୍ତୁ ଗୋଟିଏ ପରେ ପରେ ଗୋଟିଏ ଘଟଣା ଲୋକଙ୍କ ମନରେ ଅସନ୍ତୋଷ ସୃଷ୍ଟି କରୁଛି । ବାଲେଶ୍ୱର ଘଟଣା ପରେ ବଳଙ୍ଗା ଘଟଣା ଘଟିଥିଲା । ତଦନ୍ତ ବାବଦରେ ବାରମ୍ବାର ଧାରଣା ଦିଆଯାଉଥିଲା ଯେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୁଲିସ ହାତରେ ଲାଗିଥିଲା । ଘଟଣା ସ୍ଥଳରୁ କିଛି ସାମଗ୍ରୀ ପୁଲିସ ଜବତ କରିଥିଲା । ଦୁଇତିନି ଜଣଙ୍କୁ ସନେ୍ଦହରେ ଅଟକ ରଖାଯାଇଥିଲା । କିନ୍ତୁ ଝିଅଟିର ମୃତ୍ୟୁ ପରେ ତାଙ୍କ ପରିବାର ଏପରିକି ବାପା ମାନସିକ ଅବସାଦ କାରଣରୁ ଝିଅ ଆତ୍ମହତ୍ୟା କରିଛି ବୋଲି…

Read More