Author: TRUPTIMAYEE SAHOO

ରାଜ୍ୟରେ ଏବେ ବଢିପାରେ ପଞ୍ଚାୟତ ସଂଖ୍ୟା । ବର୍ତ୍ତମାନ ରାଜ୍ୟରେ ମୋଟ ପଞ୍ଚାୟତ ସଂଖ୍ୟା ୬,୭୯୪ ଅଛି । ଆଉ ଏବେ ଏହି ସଂଖ୍ୟା ବଢିପାରେ । ଯାହାକୁ ନେଇ ଖୁବଶୀଘ୍ର ଆରମ୍ଭ ହେବ ସର୍ଭେ । ଆଉ ଏବେଠୁ ଏହାକୁ ନେଇ ଆରମ୍ଭ ହେଲାଣି ରାଜନୀତି । କିଏ କେଉଁ ପଞ୍ଚାୟତରେ ରହିବେ ତାର ଠିକଣା ନାହିଁ । ସର୍ଭେ ହିସାବରେ ନୁଆ ପଞ୍ଚାୟତ ଗଠନ ହେଲେ ପ୍ରାୟ ସବୁ ପଞ୍ଚାୟତର ରୁପରେଖ ବଦଳିବ । ଫଳରେ ଅଧିକାଂଶ ପଞ୍ଚାୟତରେ ଦବଦବା ରଖୁଥିବା ନେତାଙ୍କ ହାତରୁ ହୁଏତ ସେମାନଙ୍କ ପ୍ରିୟ ୱାର୍ଡ ଖସିଯିବ । ଆଉ ସେ ଅଞ୍ଚଳରେ ନୁଆ ନେତା ସୃଷ୍ଟି ହେବେ । ତେବେ ଏତେ ସବୁ ଭିତରେ କାହାର ଅଧିକ ଲାଭ ହେବ ଆଉ କ୍ଷତି ସହିବ ତାରି ଉପରେ ଆଜିର ଚିନୁ କଥା । ତା ସହ ଆମ ଚ୍ୟାନେଲକୁ ଲାଇକ ସେୟାର ଆଉ…

Read More