Author: TRUPTIMAYEE SAHOO

ପ୍ରତିବର୍ଷ ଅଗଷ୍ଟ ୧୫ ତାରିଖରେ ସାରା ଦେଶରେ ସ୍ୱାଧୀନତା ଦିବସ ପାଳନ କରାଯାଏ। ଦେଶବାସୀ ସ୍ୱାଧୀନତାର ଉତ୍ସବରେ ମଗ୍ନ ହୋଇ ରହିଥାନ୍ତି। ଗୋଆ ପାଇଁ ମଧ୍ୟ ଏହା ଉତ୍ସାହର ଦିନ, କିନ୍ତୁ ଏହି ରାଜ୍ୟକୁ ଏହି ଦିନ ସ୍ୱାଧୀନତା ମିଳି ନଥିଲା। ଗୋଆ ଭାରତର ଏକମାତ୍ର ରାଜ୍ୟ,ଯାହା ବର୍ଷକୁ ଦୁଇଥର ସ୍ୱାଧିନତା ଦିବସ ପାଳନ କରେ । ଏହା ପଛରେ ଗୋଟିଏ ଐତିହାସିକ କାରଣ ରହିଛି। ଭାରତୀୟମାନେ ଇଂରେଜମାନଙ୍କର ଦେଶ ଛାଡ଼ିବା ଓ ସ୍ୱାଧୀନତା ପ୍ରାପ୍ତିର ଉତ୍ସବକୁ ସ୍ୱାଧୀନତା ଦିବସ ରୂପେ ପାଳନ କରନ୍ତି, କିନ୍ତୁ ଗୋଆରେ ୧୫୧୦ ମସିହାରୁ ପର୍ତ୍ତୁଗୀଜ ଉପନିବେଶ ଥିଲା। ଇଂରେଜମାନେ ଭାରତରେ ପାଦ ଦେବା ଓ ଦେଶ ଛାଡ଼ି ଚାଲିଯିବା ପରେ ମଧ୍ୟ ଏଠାରେ ପର୍ତ୍ତୁଗୀଜମାନଙ୍କର ଶାସନ ଥିଲା। ଭାରତକୁ ସ୍ୱାଧୀନତା ମିଳିବା ପରେ ମଧ୍ୟ ପର୍ତ୍ତୁଗୀଜମାନେ କ୍ଷମତା ହସ୍ତାନ୍ତର କରିବାକୁ ମନା କରିଦେଇଥିଲେ।ଏହି କାରଣରୁ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ମଧ୍ୟରାତ୍ରିରେ, ଗୋଆକୁ…

Read More