Author: TRUPTIMAYEE SAHOO

ସ୍ୱାଧିନତାର ଦିନ ଯେତେ ପାଖେଇ ଆସୁଥିଲା,ଭାରତୀୟ ଉପମହାଦେଶରେ ହିଂସା ସେତିକି ବଢ଼ିବାରେ ଲାଗିଥିଲା । ବଢୁଥିବା ହିଂସା ମଧ୍ୟରେ ମହମ୍ମଦ ଅଲୀ ଜିନ୍ନା ଶାନ୍ତି ପାଇଁ ଏକ ମିଳିତ ଆହ୍ୱାନ ଜାରି କରିବାକୁ ମଧ୍ୟ ଅନିଚ୍ଛା ପ୍ରକାଶ କରୁଥିଲେ । ତାଙ୍କୁ ଏଥିପାଇଁ ରାଜି କରାଇବାକୁ ଦୁଇ ଦିନ ଲାଗିଥିଲା । ପରେ ତିନି ଦିନ ଏହି ବିଷୟରେ ଆଲୋଚନାରେ ବିତିଗଲା ଯେ ମୁସଲିମ ଲୀଗର ଅଧ୍ୟକ୍ଷ ଜିନ୍ନା କଂଗ୍ରେସର ଅଧ୍ୟକ୍ଷ କୃପଲାନୀଙ୍କ ସହ ଏହି ଆହ୍ୱାନ ଜାରି କରିବେ ନାହିଁ। ତାଙ୍କ ପାଇଁ ମହାତ୍ମା ଗାନ୍ଧୀ ବ୍ୟତୀତ ଅନ୍ୟ କେହି ସହି ସ୍ୱାକ୍ଷର ପାଇଁ ଗ୍ରହଣୀୟ ନଥିଲେ। ମହାତ୍ମା ଗାନ୍ଧୀ ତୁରନ୍ତ ଏଥିପାଇଁ ରାଜି ହେଲେ। ତା’ପରେ ଆହ୍ୱାନର ରୀତିନୀତି ପୂରଣ ହେଲା। ଧାର୍ମିକ ଆଧାରରେ ହୋଇଥିବା ଏହି ବିଭାଜନରେ ହିଂସା ମାନବିକତାର ସୀମା ଅତିକ୍ରମ କରିଥିଲା। ଏହା ମାନବତାର ଇତିହାସରେ ଏକ ଲଜ୍ଜାଜନକ ଅଧ୍ୟାୟ । ମାନବିକତାର ଇତିହାସରେ…

Read More