Author: TRUPTIMAYEE SAHOO

ଦିଲ୍ଲୀର ରୂପା ପାବ୍ଲିକେସନ ପକ୍ଷରୁ ପ୍ରକାଶ ପାଇଛି ଏହି ପୁସ୍ତକ । ବିଗତ ୭୫ ବର୍ଷର ଭାରତୀୟ ରାଜନୀତି ଉପରେ ଏକ ଚମତ୍କାର ପୁସ୍ତକ। ପୁସ୍ତକରେ ଭାରତୀୟ ରାଜନୀତିର ଅନେକ ଜଣା ଅଜଣା କଥାର ଅବତାରଣା ହୋଇଛି ।  ସ୍ୱାଭାବିକ ଭାବରେ ଦିଲ୍ଲୀ ରାଜନୀତିର ଅନେକ ଭିତିରିଆ କଥା ତାଙ୍କୁ ଜଣା ଅଛି ଓ ତାହାକୁ ସେ ଏହି ପୁସ୍ତକରେ ଲେଖାହୋଇଛି। ଏହି ପୁସ୍ତକରେ ଓଡ଼ିଶାର ଦୁଇ ତିନି ଜଣ ନେତାଙ୍କ ବିଷୟରେ ସେ ଉଲ୍ଲେଖ କରିଛନ୍ତି ।ଗୋଟିଏ ସ୍ଥାନରେ ସେ ଲେଖିଛନ୍ତି ଯେ ତାଙ୍କ ମନ୍ତ୍ରିମଣ୍ଡଳରେ ଇନ୍ଦିରା ଗାନ୍ଧୀଙ୍କୁ ମନ୍ତ୍ରୀ କରିବା ପାଇଁ କାମରାଜ ଓ ବିଜୁ ପଟ୍ଟନାୟକ ଚାହିଁଥିଲେ ଓ ନେହେରୁଙ୍କ ଉପରେ ଚାପ ବି ପକାଇଥିଲେ। କିନ୍ତୁ ନେହେରୁ ରୋକଠୋକ ମନା କରିଦେଇଥିଲେ। ଅନ୍ୟତ୍ର ସେ ଲେଖିଛନ୍ତି ଶାସ୍ତ୍ରୀଙ୍କ ମୃତ୍ୟୁ ପରେ ମୋରାରଜୀ ଦେଶାଇ ପ୍ରଧାନମନ୍ତ୍ରୀ ପଦ ପାଇଁ ଯେତେବେଳେ ଜିଦ୍ କଲେ ସିଣ୍ଡିକେଟ ହଇରାଣରେ ପଡ଼ିଯାଇଥିଲେ…

Read More