Author: TRUPTIMAYEE SAHOO

୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ସମର୍ଥକଙ୍କୁ ଏକାଠି କରିବାକୁ ଚେଷ୍ଟା କରୁଥିବା ବିଜୟ ଗୁରୁବାର ତାଙ୍କ ଦଳ ତାମିଲଗା ଭେଟ୍ରି କାଜଗମ (ଟିଭିକେ)ର ଦ୍ଵିତୀୟ ରାଜ୍ୟସ୍ତରୀୟ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରତୀକାତ୍ମକତା ଓ ରାଜନୈତିକ ଉଦ୍ଦେଶ୍ୟରେ ଭରପୂର ଭାଷଣ ଦେଇଥିଲେ। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଟିଭିକେ ବିଜେପି କିମ୍ବା ଡିଏମକେ ସହ ମେଣ୍ଟ କରିବ ନାହିଁ। ତାମିଲନାଡୁରେ ସୁପରଷ୍ଟାର ବିଜୟ ଦଳପତି ଏବଂ ଆନ୍ଧ୍ରପ୍ରଦେଶରେ ଖ୍ୟାତନାମା ଅଭିନେତା ପବନ କଲ୍ୟାଣଙ୍କ ପରଦା ଓ ପରଦା ବାହାରେ ବହୁତ ପ୍ରଶଂସକ ଅଛନ୍ତି। ସିନେମା ବ୍ୟତୀତ ଉଭୟ ନିଜ ନିଜ ଦଳ ସହ ରାଜନୀତିରେ ପାଦ ରଖି ଶାସକ ଦଳ ବିରୋଧରେ ନିଜକୁ ଠିଆ କରାଇଛନ୍ତି।] ବିଜୟ ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନରେ ତାଙ୍କ ନବଗଠିତ ଦଳ ତାମିଲଗା ଭେଟ୍ରି କାଜଗମ (ଟିଭିକେ) ସହ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି। ଇତିମଧ୍ୟରେ ଏକ ଦଶନ୍ଧିର ରାଜନୈତିକ ସଂଘର୍ଷ ପରେ ଶେଷରେ…

Read More