Author: TRUPTIMAYEE SAHOO

ଯେତେବେଳେ ଉନବିଂଶ ଶତାବ୍ଦୀର ଶେଷଭାଗରେ ଭାରତକୁ ବିଜୁଳି ଆସିଲା,ସେତେବେଳେ ଲୋକ ବିଜୁଳି ବଲବକୁ ଭୟ କରୁଥିଲେ । ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଥିଲା ଯେ,ଏହା ହେଉଛି ଡାହାଣୀ ଆଖି । ତେଣୁ ଲୋକ ବିଦ୍ୟୁତ ବଲବ ପାଖକୁ ମଧ୍ୟ ଯାଉନଥିଲେ । ଆସନ୍ତୁ ଜାଣିବା କେବେ ଓ କେମିତି ଭାରତକୁ ପ୍ରଥମ ଥର ପାଇଁ ବିଜୁଳି ଆସିଥିଲା ଓ ଏହାକୁ ନେଇ ଲୋକଙ୍କ ରାୟ କ’ଣ ଥିଲା । ଏହା ୧୪୫ ବର୍ଷ ପୁରୁଣା କଥା। ତେବେ ଭାରତରେ ପ୍ରଥମେ ବିଜୁଳିରେ ବଲବ ଜଳିଥିଲା। ଏହି କାମ କୋଲକାତାରେ ପ୍ରଥମେ ହୋଇଥିଲା। କୋଲକାତାର ରାସ୍ତାଗୁଡ଼ିକରେ ଯେତେବେଳେ ଇଲେକ୍ଟ୍ରିକ୍ ବଲବ ଲାଗିଲା, ଲୋକମାନେ ଦୂର ଦୂରରୁ ଏହାକୁ ଦେଖିବାକୁ ଆସୁଥିଲେ ଓ ଭୟଭୀତ ହେଉଥିଲେ। ସେତେବେଳେ ଅନେକ ଭାରତୀୟ ଏହାକୁ ଭୂତ ଭାବୁଥିଲେ। ଲୋକ ଦୂରରୁ ରାତିରେ ଜଳୁଥିବା ବଲବଗୁଡ଼ିକୁ ଆଖି ଫାଡ଼ି ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲେ। କହୁଥିଲେ, ଏହା ଡାହାଣୀ ଆଖି…

Read More