Author: TRUPTIMAYEE SAHOO

ପଡ଼ୋଶୀ  ଦେଶମାନଙ୍କରେ ଅରାଜକତା ଏବେ ଦେଶର ଉପକୂଳ ରାଜ୍ୟଗୁଡ଼ିକ ପାଇଁ ସମସ୍ୟା ପାଲଟିଛି। ସମୁଦ୍ର ପଥରେ ଉପକୂଳବର୍ତ୍ତୀ ରାଜ୍ୟରେ ଅନୁପ୍ରବେଶର ଆଶଙ୍କା ବଢ଼ିଛି ଓ କୌଣସି ସମୟରେ ବି ଆତଙ୍କବାଦୀମାନେ ଏହି ରାଜ୍ୟରେ ପ୍ରବେଶ କରି କିଛି ବି ଅଘଟଣ ଘଟାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି। ଏପରି ସମୟରେ ଉପକୂଳ ସୁରକ୍ଷାକୁ ଓଡ଼ିଶା ପୁଲିସ ଗୁରୁତ୍ୱ ଦେଉଛି ବୋଲି ପୁଲିସ ଅଧିକାରୀମାନେ କରୁଥିବା ଦମ୍ଭର ବାସ୍ତବିକତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଓଡ଼ିଶାର ଦୀର୍ଘ ମୁକୁଳା ଉପକୂଳ ଦେଇ ଅନୁପ୍ରବେଶ ରୋକିବାକୁ ନା ଅଛନ୍ତି କର୍ମଚାରୀ ନା ଅଛି ପାଟ୍ରୋଲିଂ ପାଇଁ ଅନୁରୂପ ବ୍ୟବସ୍ଥା। ଓଡିଶା ତଟକୁ ଜଗିବାପାଇଁ ଥିବା ସାମୁଦ୍ରିକ ଥାନାରେ କିନ୍ତୁ ଆବଶ୍ୟକ ସୁରକ୍ଷାକର୍ମୀ ନାହାନ୍ତି। ଏହିସବୁ ଥାନାପାଇଁ ଯେତିକି ମଞ୍ଜୁରୀପ୍ରାପ୍ତ ପଦ ରହିଛି ତାହାଠାରୁ ଢେର କମ୍‌ କର୍ମଚାରୀ ଅଛନ୍ତି ଓ ଥାନାକୁ ମିଳିଥିବା ଯାନବାହନ ବି ଅଚଳ ହୋଇ ପଡ଼ିଛି। ଏପରି ସ୍ଥିତିରେ…

Read More