Author: TRUPTIMAYEE SAHOO

ନେପାଳରେ ସାମ୍ପ୍ରତିକ ରାଜନୈତିକ ଅସ୍ଥିରତା ପରେ ଏକ ପୁରୁଣା ପ୍ରଶ୍ନ ପୁଣି ଥରେ ଉଠିଛି: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ କ’ଣ ନେପାଳର ଭାରତ ସହିତ ବିଲୟ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲେ? ସୋସିଆଲ ମିଡିଆରେ ଏଭଳି ଦାବି କରାଯାଉଛି ଯେ, ଯଦି ନେପାଳ ଭାରତର ଅଂଶ ହୋଇଥାନ୍ତା, ତେବେ ଏହା ଅଧିକ ସ୍ଥିର ଓ ସମୃଦ୍ଧ ହୋଇପାରିଥାନ୍ତା। କିନ୍ତୁ ଏହି ଦାବିରେ କେତେ ସତ୍ୟତା ରହିଛି? ଆସନ୍ତୁ ଏହାର ଐତିହାସିକ ପୃଷ୍ଠଭୂମି ଓ ପ୍ରମାଣ ଅନୁସନ୍ଧାନ କରିବା। ଐତିହାସିକ ପୃଷ୍ଠଭୂମି ୧୯୫୦ ଦଶକରେ ନେପାଳରେ ରାଜନୈତିକ ଅସ୍ଥିରତା ଚରମରେ ଥିଲା। ରାଣା ଶାସନରେ ନେପାଳର ରାଜତନ୍ତ୍ର କ୍ଷମତାହୀନ ଥିଲା । ରାଜା ତ୍ରିଭୁବନ ବୀର ବିକ୍ରମ ଶାହ,ବଂଶାନୁକ୍ରମିକ ରାଣା ପ୍ରଧାମନ୍ତ୍ରୀଙ୍କ କ୍ଷମତା ହ୍ରାସ କରିବାକୁ ଚାହୁଁଥିଲେ । ଯଦିଓ ସଂପୂର୍ଣ୍ଣ ଗଣତନ୍ତ୍ର ପ୍ରତିଷ୍ଠା ତାଙ୍କର ଲକ୍ଷ୍ୟ ନଥିଲା ତଥାପି ୧୯୫୦ ରେ, ନେପାଳୀ କଂଗ୍ରେସର ସମର୍ଥନ ତାଙ୍କ ପ୍ରତି ଥିଲା…

Read More