Author: TRUPTIMAYEE SAHOO

ହିଂସାତ୍ମକ ପ୍ରଦର୍ଶନ ପରେ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସରକାର ପତନ ହୋଇଛି। ଗତ ସପ୍ତାହରେ ହୋଇଥିବା ପ୍ରଦର୍ଶନରେ ପ୍ରାୟ ୫୦ ଜଣଙ୍କର ମୃତ୍ୟୁ ହୋଇଥିଲା, ଶହ ଶହ ସମ୍ପତି କ୍ଷତିଗ୍ରସ୍ତ ହୋଇଥିଲା, ଦେଶର ସଂସଦ ଏବଂ ସୁପ୍ରିମକୋର୍ଟକୁ ପୋଡ଼ି ଦିଆଯାଇଥିଲା। ଦୁର୍ନୀତି, ବେକାରୀ ଏବଂ ସୋସିଆଲ ମିଡିଆ ଉପରେ ନିଷେଧାଦେଶକୁ ନେଇ ନେପାଳରେ ପ୍ରଦର୍ଶନ ଆରମ୍ଭ ହୋଇଥିଲା। ଏହି ବର୍ଷ ଏକ ରିପୋର୍ଟରେ ଦାବି କରାଯାଇଥିଲା ଯେ ନେପାଳରେ ସତ୍ତା ପରିବର୍ତ୍ତନ ପାଇଁ ଚେଷ୍ଟା ଚାଲିଛି। ନେପାଳର କିଛି ନେତାଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା, ଯେଉଁମାନଙ୍କ ଉପରେ କଥିତ ଭାବେ ସତ୍ତା ପରିବର୍ତ୍ତନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବାର ଅଭିଯୋଗ ଲାଗିଥିଲା। ୯୦ କୋଟି ଡଲାର ଖର୍ଚ୍ଚ କରିଛି ଆମେରିକା ଦ ସଣ୍ଡେ ଗାର୍ଡିଆନ୍ ଯୁଏସଏଆଇଡିର ଆଭ୍ୟନ୍ତରୀଣ ଯୋଗାଯୋଗ ଏବଂ ଆମେରିକୀୟ ଗଣତାନ୍ତ୍ରିକ ସଂଗଠନମାନଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟକୁ ଉଦ୍ଧୃତ କରି ଦାବି କରିଛି ଯେ ଆମେରିକା ନେପାଳରେ…

Read More