Author: TRUPTIMAYEE SAHOO

ନୂଆପଡ଼ା ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗ ପରେ ସେଠାରେ ଉପନିର୍ବାଚନ ପାଇଁ ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ସଜବାଜ ଆରମ୍ଭ ହୋଇଗଲାଣି। ଦୀର୍ଘ ୨୪ବର୍ଷ ପରେ ୨୦୨୪ ସାଧାରଣ ନିର୍ବାଚନରେ ସରକାର ପରିବର୍ତ୍ତନ ହୋଇଥିବାରୁ ନୂଆପଡ଼ା ଉପନିର୍ବାଚନ ତିନି ରାଜନୈତିକ ଦଳ ପାଇଁ ସମ୍ମାନର ପ୍ରସଙ୍ଗ। ବିଜେପି ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବାଧୀନ ସରକାର ଲୋକଙ୍କ ସରକାର ବୋଲି କହୁଛନ୍ତି। ତେଣୁ ଏହା ତାଙ୍କୁ ପ୍ରମାଣିତ କରିବାକୁ ପଡ଼ିବ। ସେହିପରି ବିଜେଡି ସାଧାରଣ ନିର୍ବାଚନରେ କ୍ଷମତାରୁ ଗାଦିଚ୍ୟୁତ ହୋଇଛି। ଦଳର ଜଣକ ପରେ ଜଣେ ନେତା ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ ଏବଂ ସଭା ସମିତିରେ ବିଷୋଦ୍‌ଗାର କରୁଛନ୍ତି। ଏହି ପରିପ୍ରେକ୍ଷୀରେ ବିଜେଡି ପୁଣି ଲୋକଙ୍କ ପାଖରେ କେତେ ଗ୍ରହଣୀୟ ତାହା ମଧ୍ୟ ଦଳ ପାଇଁ ନୂଆପଡ଼ା ଉପନିର୍ବାଚନ ଚ୍ୟାଲେଞ୍ଜ ଆସିଛି। ସେହିପରି ସାଧାରଣ ନିର୍ବାଚନ ପରେ ପିସିସି ସଭାପତି…

Read More