Author: TRUPTIMAYEE SAHOO

ସୁନ୍ଦରଗଡ଼ କୋଇଡାରେ ଥିବା ୭ଜଣ ଖଣି ଲିଜଧାରୀଙ୍କଠାରୁ ୮୩ କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଓ ପଞ୍ଜିକରଣ ଶୁକ୍ଳ ଆଦାୟ ହୋଇନି। ଏହି ସବୁ ଖଣିର ବାର୍ଷିକ ଉତ୍ପାଦନ ବଢ଼ିଥିଲେ ବି ସେହି ହିସାବରେ ବର୍ଦ୍ଧିତ ଷ୍ଟାମ୍ପ ଡ୍ୟୁଟି ଆଦାୟ ହେଲାନି। କୋଇଡା ଖଣି ଉପନିର୍ଦ୍ଦେଶକ(ଡିଡିଏମ) ଓ ବଣାଇ ସବରେଜିଷ୍ଟ୍ରାରଙ୍କ ମଧ୍ୟରେ ସମନ୍ଵୟ ଅଭାବ ଯୋଗୁ ସରକାର ୮୩ କୋଟିର ରାଜସ୍ଵ ହରାଇଛନ୍ତି। ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି) ଙ୍କ ଅଡିଟ୍ ଯୋଗୁଁ ଏହା ପଦାକୁ ଆସିଛି। ୨୦୧୯ ମାର୍ଚ୍ଚ ମାସରୁ ୨୦୨୩ ଫେବ୍ରୁଆରୀ ଭିତରେ ଖଣି ଯୋଜନାର ପରିବର୍ତ୍ତନ ମାଧ୍ୟମରେ ୭ଟି ଖଣିର ବାର୍ଷିକ ଉତ୍ପାଦନ କ୍ଷମତା ବଢ଼ିଥିଲା। ୨୦୧୯ରୁ ଖଣିର ଧାର‌୍ୟ୍ୟ ଉତ୍ପାଦନ କ୍ଷମତା ବଢ଼ିଥିଲେ ବି ପୁରୁଣା ଉତ୍ପାଦନ କ୍ଷମତା ହିସାବରେ ଷ୍ଟାମ୍ପ ଡ୍ୟୁଟି ଓ ସମନ୍ଵୟ ଅଭାବରୁ ସରକାର ରାଜସ୍ଵ ହରାଇଲେ । ପଞ୍ଜିକରଣ ଶୁକ୍ଳ ଆଦାୟ ହେଉଥିଲା। ୪ ବର୍ଷ ଧରି…

Read More