Author: TRUPTIMAYEE SAHOO

ହିନ୍ଦୁ ଦେବାଦେବୀଙ୍କର ବାହନ ରହିଛି । ଦେବୀ ଦୁର୍ଗାଙ୍କର ଯଦି ବାହାନ ସିଂହ ତେବେ ଦେବୀ ସରସ୍ୱତୀଙ୍କ ବାହନ ହେଉଛି ହଂସ । କିନ୍ତୁ ଏଭଳି ଦୁଇ ଦେବୀ ଅଛନ୍ତି,ଯାହାଙ୍କ ବାହାନ ହେଉଛି ଗଧ । ଭାରତୀୟ ସଂସ୍କୃତି ଅନୁସାରେ, ଦେବୀମାନଙ୍କର ଏହି ବାହନ ଆଶ୍ଚର୍ଯ୍ୟଜନକ ମନେ ହୁଏ, କିନ୍ତୁ ଗଧକୁ ସେମାନେ ନିଜର ବାହନ କାହିଁକି ବାଛିଲେ, ଏହା ପଛରେ ଏକ କାହାଣୀ ଓ ପ୍ରତୀକ ରହିଛି। ହାଡଫୁଟି ଓ ମିଳିମିଳା ଭଳି ରୋଗରୁ ମୁକ୍ତି ଦେଉଥିବା ଦେବୀ ଶୀତଳା ମାତାଙ୍କର ବାହନ ହେଉଛି ଗଧ, ଆଉ ନବରାତ୍ରୀରେ ପୂଜା କରାଯାଉଥିବା ଦେବୀ କାଳରାତ୍ରିଙ୍କର ବାହନ ମଧ୍ୟ ଗଧ। ଗ୍ରୀକୋ-ରୋମାନ ଓ ଏସୀୟ ଲୋକକଥାରେ ଗଧକୁ ହଠ ଓ ମୂର୍ଖତାର ପ୍ରତୀକ ଭାବେ ଜଣାଯାଏ, କିନ୍ତୁ ଖ୍ରୀଷ୍ଟିଆନ, ଇହୁଦୀ ଓ ଇସଲାମ ଧର୍ମରେ ଏହାକୁ ଅତ୍ୟନ୍ତ ସକାରାତ୍ମକ ଓ ସମ୍ମାନଜନକ ସ୍ଥାନ ମିଳିଛି। ଖ୍ରୀଷ୍ଟ ଧର୍ମରେ ଗଧ ନମ୍ରତା, ସେବା…

Read More