Author: TRUPTIMAYEE SAHOO

୫ ସ୍ୱୟଂ ସେବକରୁ ଆରମ୍ଭ ହୋଇଥିବା ସଂଘ ଆଜି ମହାଦ୍ରୁମ, ୪୦ ଦେଶରେ ଶାଖା। ତାରିଖ ଥିଲା ୨୭ ସେପ୍ଟେମ୍ବର ୧୯୨୫ । ସ୍ଥାନ- ମୁମ୍ବାଇର ମୋହିତେର ବାଡ଼  ବିଜୟାଦଶମୀ । ଏହି ଦିନ ଡକ୍ଟର କେଶବ ବଳୀରାମ ହେଡଗେୱାର ପାଞ୍ଚ ସ୍ୱୟଂସେବକଙ୍କ ସହ ମିଶି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୂଳଦୁଆ ରଖିଥିଲେ। ସେତେବେଳେ ଅନେକ ଲୋକ ହେଡଗେୱାକରଙ୍କୁ ଥଟା କରିଥିଲେ ଓ କହିଥିଲେ ଯେ ସେ, ବାଳକମାନଙ୍କୁ ନେଇ କ୍ରାନ୍ତି କରିବାକୁ ଆସିଛନ୍ତି। ସେତେବେଳେ କେହି ମଧ୍ୟ କଳ୍ପନା କରିନଥିଲେ ଯେ ୫ ଜଣଙ୍କ ସହ ଆରମ୍ଭ ହୋଇଥିବା ଏହି ଛୋଟ ସଂଘ ଏକଦା ବିଶ୍ୱର ସବୁଠାରୁ ବଡ଼ ସ୍ୱୟଂସେବୀ ଓ ହିନ୍ଦୁ ସଂଗଠନ ହେବ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଯାହା ଆରଏସ୍ଏସ୍ ନାମରେ ଅଧିକ ପରିଚିତ, ତାହା ନିଜର ୧୦୦ ବର୍ଷ ପୂରଣ କରିଛି। ଆଜି ସମଗ୍ର ଦେଶରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ୭୫ ହଜାରରୁ ଅଧିକ ଶାଖା…

Read More