Author: TRUPTIMAYEE SAHOO

ଜଳୁଛି ପାକିସ୍ତାନ । ପାକିସ୍ତାନର କ୍ୱେଟାରେ ସାମରିକ ଘାଟି ଉପରେ ଆତ୍ମଘାତୀ ଆକ୍ରମଣ । ମଙ୍ଗଳବାର ଦିନ କ୍ୱେଟାରେ ଥିବା ପାକିସ୍ତାନୀ ସେନା ମୁଖ୍ୟାଳୟରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା। ପୂର୍ବ କ୍ୱେଟାରେ ଥିବା ଫ୍ରଣ୍ଟିୟର୍ କର୍ପସ୍ ମୁଖ୍ୟାଳୟ ନିକଟରେ ଏକ ଶକ୍ତିଶାଳୀ ବିସ୍ଫୋରଣ ପରେ ଗୁଳି ଫୁଟିଥିଲା। ସମ୍ବେଦନଶୀଳ ଅଞ୍ଚଳ ଭାବରେ ବିବେଚିତ ମଡେଲ୍ ଟାଉନ୍ ଏବଂ ଆଖପାଖ ଅଞ୍ଚଳରେ ବିସ୍ଫୋରଣ ଶୁଣାଯାଇଥିଲା। ବିସ୍ଫୋରଣରେ ନିକଟସ୍ଥ ଘର ଏବଂ କୋଠାର ଝରକା ଭାଙ୍ଗି ଯାଇଥିଲା। ପାକିସ୍ତାନୀ ନ୍ୟୁଜ୍  ଅନୁଯାୟୀ, ବିସ୍ଫୋରଣରେ ଏପର୍ଯ୍ୟନ୍ତ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଏବଂ ୩୨ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ସଂଖ୍ୟା ବଢ଼ିପାରେ। ବେଲୁଚିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରୀ ବଖ୍‍ତ ମହମ୍ମଦ କକର ଏବଂ ସ୍ୱାସ୍ଥ୍ୟ ସଚିବ ମୁଜିବ-ଉର-ରେହମାନ ସିଭିଲ୍ ହସ୍ପିଟାଲ୍ କ୍ୱେଟା ବିଏମ୍‍ସି ହସ୍ପିଟାଲ୍ ଏବଂ ଟ୍ରମା ସେଣ୍ଟରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ, ସମସ୍ତ ପରାମର୍ଶଦାତା,…

Read More