Author: TRUPTIMAYEE SAHOO

ଦେଶର ନିର୍ବାଚନ ପ୍ରକ୍ରିୟା ତଥା ନିର୍ବାଚନ ଆୟୋଗର ନିରପେକ୍ଷତାକୁ ନେଇ ପୁଣି ଥରେ ତୀବ୍ର ରାଜନୈତିକ ବିବାଦ ମୁଣ୍ଡ ଟେକିଛି। ଏଥର ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି ବୁଥ୍ ଲେଭଲ୍ ଅଫିସର ମାନଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ମୋବାଇଲ୍ ଆପ୍ଲିକେସନ୍‌ର ଏକ ସଦ୍ୟତମ ସଫ୍ଟୱେର୍ ଅପଡେଟ୍। ଆପଲ୍ ଆପ୍ ଷ୍ଟୋର୍ ରେ ଏହି ଆପ୍‌ର ବିବରଣୀରେ “ଭିଆଇପି ଭୋଟରଙ୍କ ସମ୍ପର୍କିତ ପରିବର୍ତ୍ତନଗୁଡ଼ିକୁ ଚିହ୍ନଟ କରନ୍ତୁ” ବୋଲି ଉଲ୍ଲେଖ ରହିବା ପରେ ବିରୋଧୀ ଦଳଗୁଡ଼ିକ ଆୟୋଗଙ୍କ ଉପରେ ବର୍ଷିଛନ୍ତି। ଗଣତନ୍ତ୍ରରେ ସମସ୍ତ ନାଗରିକ ଓ ଭୋଟର ସମାନ ହୋଇଥିବା ବେଳେ ଏଭଳି ‘ଭିଆଇପି ସଂସ୍କୃତି’ କାହା ନିର୍ଦ୍ଦେଶରେ ଆରମ୍ଭ ହେଲା ବୋଲି ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ, ପରିସ୍ଥିତି ଉଷ୍ମ ହେବା ପରେ ନିର୍ବାଚନ ଆୟୋଗ ସୂତ୍ରରୁ ଏହା ଉପରେ ଏକ ସ୍ପଷ୍ଟୀକରଣ ଜାରି କରାଯାଇଛି। କିପରି ସାମ୍ନାକୁ ଆସିଲା ‘VIP ଭୋଟର’ ବିବାଦ? ବିଏଲ୍‌ଓମାନେ ଘର ଘର ବୁଲି ଭୋଟର ତାଲିକା ସଂଶୋଧନ ଓ…

Read More