Author: TRUPTIMAYEE SAHOO

୭୦ ବର୍ଷ ପୁରୁଣା ଅନୈତିକ ଚାଲାଣ (ନିବାରଣ) ଆଇନ (ITPA) ଉପରେ ବିସ୍ତୃତ ବିଚାର-ବିମର୍ଶ ପରେ, ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ ଏହି ଆଇନର ପ୍ରାଥମିକ ଉଦ୍ଦେଶ୍ୟ ବେଶ୍ୟାବୃତ୍ତି ବନ୍ଦ କରିବା କିମ୍ବା ଏହାକୁ ଅପରାଧୀକରଣ କରିବା ନୁହେଁ, ବରଂ ଏହାର ବାଣିଜ୍ୟୀକରଣକୁ ରୋକିବା । ଜଷ୍ଟିସ୍ ଜେ.ବି. ପାର୍ଦିୱାଲା ଏବଂ ଜଷ୍ଟିସ୍ ଆର. ମହାଦେବନଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କହିଛନ୍ତି, “ଆମେ ଦୃଢ଼ ଭାବରେ ଏହି ମତରେ ଅଛୁ ଯେ ବେଶ୍ୟାବୃତ୍ତି ବନ୍ଦ କରିବା କିମ୍ବା ଏହାକୁ ଏକ ଫୌଜଦାରୀ ଅପରାଧ କରିବା, ଏହି ଆଇନର ପ୍ରାଥମିକ ଉଦ୍ଦେଶ୍ୟ ନୁହେଁ । ବରଂ, ଏହାର ଉଦ୍ଦେଶ୍ୟ ହେଉଛି ବେଶ୍ୟାବୃତ୍ତିର ବାଣିଜ୍ୟୀକରଣକୁ ରୋକିବା କିମ୍ବା ଦୂର କରିବା ; ଅର୍ଥାତ୍, ଜୀବିକା ନିର୍ବାହର ଏକ ସଂଗଠିତ ଉପାୟ ଭାବରେ ବେଶ୍ୟାବୃତ୍ତି।” ୨୦ ଶତାବ୍ଦୀରେ ମହିଳା ଚାଲାଣ ସାଧାରଣ ଥିଲା ବେଶ୍ୟାଳୟରୁ ଉଦ୍ଧାର କରାଯାଇଥିବା ମହିଳାମାନଙ୍କୁ ପୁନର୍ବାସନ ପ୍ରସଙ୍ଗ ଉପରେ ବିଚାର…

Read More