Author: TRUPTIMAYEE SAHOO

ଭୁବନେଶ୍ୱର ଉପକଣ୍ଠ ଇନ୍‌‌ଫୋଭାଲି ଥାନାର ବିଭିନ୍ନ ଜାଗାରେ ବଢ଼ି ଚାଲିଛି ନିଶା କାରବାର। ଲୋକମାନଙ୍କ ମଧ୍ୟରେ ଯେତେ ସଚେତନତା ସୃଷ୍ଟି କଲେ ମଧ୍ୟ ଏପରିକି ପୋଲିସ୍‌‌ର ଅନେକଥର ଚଢାଉ ସତ୍ତ୍ୱେ ମଧ୍ୟ ନିଶାଡ଼ିମାନଙ୍କୁ କିଛି ଫରକ ପଡୁନି। ସେମାନେ ଅବାଧରେ ନିଶା ସେବନ ସହିତ ନିଶାକାରବାରର ସାମ୍ରାଜ୍ୟ ବଢ଼ାଇବାରେ ଲାଗିଛନ୍ତି। ଫଳରେ ସଞ୍ଜ ହେଲେ ରାଜଧାନୀ ଉପକଣ୍ଠବର୍ତ୍ତୀ ଇନ୍‌‌ଫୋଭାଲି ଥାନା ଅଞ୍ଚଳରେ ଅବାଧ ନିଶାଡ଼ିଙ୍କ ଉତ୍ପାତ ବଢ଼଼ି ଚାଲିଛି। ଇନ୍‌‌ଫୋଭାଲି ଥାନାର ତିନୋଟି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଖୁଲମ୍‌‌ଖୁଲା ଏହା ଅବାଧରେ  ଚାଲିଛି । ଗଙ୍ଗପଡ଼ା ପଞ୍ଚାୟତର ଭାତଖୁରି ସ୍କୁଲ ପାଖରେ ଥିବା ଚାନ୍ଦିନି ଉପରେ ଖୁଲମ୍‌‌ ଖୁଲା ଅପରାହ୍ଣ ୪ ଟାରୁ ରାତି ୧୨ ଟା ପର୍ଯ୍ୟନ୍ତ ଦୁଇ ଜଣ ମହିଳା ଏବଂ ଜଣେ ପୁରୁଷ ଦେଶୀ ମଦ ଜାରକିନି ରଖି ନିର୍ଭୟରେ ବେପାର କରି ଚାଲିଛନ୍ତି। ସେହିପରି ଗଙ୍ଗପଡ଼ା ପଞ୍ଚାୟତର ହରିଜନ ସାହି, ଗଙ୍ଗପଡ଼ାରୁ ଗ୍ରାମୁଣ୍ଡି ଯିବା ରାସ୍ତାର…

Read More