Author: TRUPTIMAYEE SAHOO

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର ୩୬ ଘଣ୍ଟା ଭିତରେ ଅବପାତରେ ହେବ ପରିଣତ । ସକ୍ରିୟ  ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ସମୁଦ୍ର ଭିତରେ ଅଧିକରୁ ଅଧିକ ବଳ ଗୋଟାଇ ଉପକୂଳ ଆଡ଼କୁ ମାଡ଼ିଆସୁଛି । ଏହାର ପ୍ରଭାବରେ ଆସନ୍ତା ୩୬ ଘଣ୍ଟା ଭିତରେ ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି ।  ରାଜ୍ୟରେ ଆଜିଠୁ ବର୍ଷା ଆରମ୍ଭ ହୋଇପାରେ । ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ କେତେ ପରିମାଣରେ ପଡ଼ିବ ସେନେଇ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ଆଉ ସପ୍ତାହେ ପରେ ଓଡ଼ିଶା ଉପକୂଳକୁ ଛାରଖାର କରିଥିବା ମହାବାତ୍ୟାକୁ ପୁରିବ ୨୬ ବର୍ଷ।  ଅପରପକ୍ଷେ ଦେଖିବାକୁ ଗଲେ ଏହା ପୂର୍ବରୁ  ଆମେରିକାନ ମଡେଲ୍ ‘ଗ୍ଲୋବାଲ୍ ଫୋରକାଷ୍ଟ ସିଷ୍ଟମ୍- ଜିଏଫଏସ୍ ଏବଂ ୟୁରୋପିଆନ୍ ମଡେଲ୍ ECMWF ମଧ୍ୟ ଅକ୍ଟୋବର ଶେଷ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ଅନୁମାନ କରିଥିଲା । କିନ୍ତୁ ଗତିବିଧି…

Read More