Author: TRUPTIMAYEE SAHOO

ନୂଆପଡ଼ା ଉପନିର୍ବାଚନ ଭୋଟ୍‍ ତାରିଖ ଯେତିକି ପାଖେଇ ଆସୁଛି ଓଡ଼ିଶାର ରାଜନୀତିକ ତାପମାତ୍ରା ସେତିକି ବଢ଼ିବା ଆରମ୍ଭ ହୋଇଛି। ଏହି ଉପନିର୍ବାଚନ ବିଜୁ ଜନତା ଦଳ ପାଇଁ ଏକ ମାନସିକ ଓ ରାଜନୀତିକ ପରୀକ୍ଷା। ଦଶକ ଧରି ରାଜ୍ୟରେ ଶାସନ କରୁଥିବା ଏହି ଦଳ ଆଜି ନୂଆପଡ଼ାରେ ନିଜ ସ୍ଥିତି ରକ୍ଷା କରିବା ପାଇଁ ସଂଘର୍ଷ କରୁଛି। ଏବେ ଏହି ଯୁଦ୍ଧରେ ବିଜେଡିର ପାଦକୁ ନିଜ ମଣିଷ ବିକ୍ରମ ପଣ୍ଡା ଏକ ‘କଣ୍ଟା’ ଭଳି ଲାଗିବା ଆରମ୍ଭ କରିଛି। ବିକ୍ରମ ପଣ୍ଡା ନୂଆପଡ଼ାରେ ବିଜେଡିର ଏକ ପ୍ରମୁଖ ମୁହଁ । ଦଳ ତାଙ୍କୁ ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ଭାବରେ ଘୋଷଣା କରିଥିଲା। ସେ ଦଳର ପ୍ରଚାର ଯାନ୍ତ୍ରଣାର ଅଂଶ ଭାବରେ ତିନିଟି ମୁଖ୍ୟ କମିଟିରେ ନିଯୁକ୍ତ ହୋଇଥିଲେ-ନିର୍ବାଚନ ପରିଚାଳନା,ସମ୍ପର୍କ ସମ୍ପାଦନ ଓ ଜନସମ୍ପର୍କ ଯୋଜନା। ଏହା ବିଜେଡିର ପକ୍ଷରୁ ତାଙ୍କ ଉପରେ ଭରସା ଓ ଗୁରୁତ୍ୱ ଦେଖାଉଥିଲା। କିନ୍ତୁ ଏବେ…

Read More