Author: TRUPTIMAYEE SAHOO

ରବିବାର ଦିନ, ଦେଶର ବିଭିନ୍ନ ଜନଜାତି ସମ୍ପ୍ରଦାୟର ଲକ୍ଷ ଲକ୍ଷ ସଦସ୍ୟ ଦିଲ୍ଲୀର ଲାଲକିଲ୍ଲା ପଡ଼ିଆରେ ଏକତ୍ରିତ ହୋଇ ଅନୁସୂଚିତ ଜନଜାତି ବର୍ଗରୁ ଧର୍ମାନ୍ତରିତ ଆଦିବାସୀଙ୍କୁ ବାଦ ଦେବା ପାଇଁ ଦାବି କରିଥିଲେ । ଲାଲକିଲ୍ଲାରେ ଆଦିବାସୀ ସାଂସ୍କୃତିକ ସମ୍ମିଳନୀ ଅନୁଷ୍ଠିତ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ର ଏକ ସହଯୋଗୀ ସଂଗଠନ ‘ଜନଜାତି ସୁରକ୍ଷା ମଞ୍ଚ’ (ଆଦିବାସୀ ସୁରକ୍ଷା ମଞ୍ଚ) ଏବଂ ଏହାର ସହଯୋଗୀ ଗୋଷ୍ଠୀଗୁଡ଼ିକ ଦ୍ୱାରା ଲାଲକିଲ୍ଲା ପଡ଼ିଆରେ ଏକ ‘ଆଦିବାସୀ ସାଂସ୍କୃତିକ ସମ୍ମିଳନୀ’ (ଜନଜାତୀୟ ସାଂସ୍କୃତିକ ସମାବେଶ) ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ କ’ଣ ? ଆସାମରୁ ‘ଜନଜାତି ସୁରକ୍ଷା ମଞ୍ଚ’ର ମଳୟ ଜିଗଡ଼ୁଙ୍ଗ କହିଛନ୍ତି, “ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଅନୁସୂଚିତ ଜନଜାତି ତାଲିକାରୁ ଧର୍ମାନ୍ତରିତ ଆଦିବାସୀମାନଙ୍କୁ ବାଦ ଦେବା ପାଇଁ ଆମର ଦୀର୍ଘ ଦିନର ଦାବିକୁ ତୀବ୍ର କରିବା…

Read More