Author: TRUPTIMAYEE SAHOO

ରାଜ୍ୟରେ ଏବେ “ଦୁର୍ନୀତି ନିବାରଣ ସପ୍ତାହ” ପାଳନ ହେଉଛି। ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳ ଓ ଉଚ୍ଚ ଅଧିକାରୀମାନେ ଦୁର୍ନୀତି ବିରୋଧରେ ଶପଥ ନେଉଛନ୍ତି— ଯେ, ସେମାନେ ସତ୍ୟ ଓ ସ୍ୱଚ୍ଛତା ଅବଲମ୍ବନ କରି ଦୁର୍ନୀତିକୁ ରୋକିବେ। କିନ୍ତୁ ଏହି ଶପଥ କେବଳ ପ୍ରଚାରରେ ସୀମିତ ରହିଯାଉଛି। ତଳସ୍ତରରେ ପ୍ରଶାସନ ଓ ଶାସନ ବ୍ୟବସ୍ଥା ଭିତରେ ଦୁର୍ନୀତି ଏତେ ଗଭୀରଭାବେ ବ୍ୟାପି ଯାଇଛି ଯେ, ଏକ ସପ୍ତାହର ଶପଥପାଠ ଦ୍ୱାରା ତାହାକୁ ହଟାଇବା ଅସମ୍ଭବ। ସରକାର ଦୁର୍ନୀତି ବିରୋଧରେ ଦୁଇଟି ମହତ୍ତ୍ୱପୂର୍ଣ୍ଣ ଆଇନ ଆଣିଥିଲା— ସୂଚନା ଅଧିକାର ଆଇନ (RTI) ଓ ଲୋକାଯୁକ୍ତ ଆଇନ। ଏହି ଦୁଇ ଆଇନର ଉଦ୍ଦେଶ୍ୟ ଥିଲା ପ୍ରଶାସନରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ଦୁର୍ନୀତି ରୋକିବା। କିନ୍ତୁ ବାସ୍ତବରେ ଏହି ଆଇନଗୁଡ଼ିକୁ ଦୁର୍ବଳ କରି, ପ୍ରଶାସନ ଦୁର୍ନୀତିକୁ ଲୁଚାଇବାରେ ଲାଗିଛି। ସୂଚନା ଅଧିକାର ଆଇନ: ଲୋକଙ୍କ ଅସ୍ତ୍ର, କିନ୍ତୁ ଶିଥିଳ ଶାସନରେ ଶିକାର ସୂଚନା ଅଧିକାର ଆଇନ ୨୦୦୫ ମସିହାରେ…

Read More