Author: TRUPTIMAYEE SAHOO

ବିଶ୍ୱବ୍ୟାପୀ ଅଶୋଧିତ ତୈଳର ଉଚ୍ଚ ମୂଲ୍ୟ ଏବଂ ଆମେରିକୀୟ ଡଲାର ତୁଳନାରେ ଟଙ୍କାର ଦୁର୍ବଳତା ମଧ୍ୟରେ, ସରକାରୀ କ୍ଷେତ୍ରର ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ସୋମବାର ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି । ଗତ ୧୦ ଦିନ ମଧ୍ୟରେ ଏହା ଚତୁର୍ଥ ଥର ପାଇଁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି । ଦୀର୍ଘ ସମୟ ପରେ, ଗତ ମେ ୧୫ ତାରିଖରେ ତେଲ ମୂଲ୍ୟ ପ୍ରଥମେ ବୃଦ୍ଧି କରାଯାଇଥିଲା । ସେବେଠାରୁ, ପେଟ୍ରୋଲ ପ୍ରତି ଲିଟର ୭.୩୫ ଟଙ୍କା ଏବଂ ଡିଜେଲ ପ୍ରତି ଲିଟର ୭.୮୨ ଟଙ୍କା ମହଙ୍ଗା ହୋଇଛି । ଏହି ମୂଲ୍ୟ ଆହୁରି ବୃଦ୍ଧି ହେବା ନେଇ ହେଉଛି ଆକଳନ । ତୈଳ ଅଧିକାରୀମାନେ କହିଛନ୍ତି ଯେ ,’ଏହି ବୃଦ୍ଧିର ମୁଖ୍ୟ କାରଣ ହେଉଛି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଆକାଶଛୁଆଁ ମୂଲ୍ୟ ଏବଂ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁଁ…

Read More