Author: TRUPTIMAYEE SAHOO

ସରକାର ଖୁବ୍ ଶୀଘ୍ର ତିନୋଟି ଘରୋଇ କ୍ଷେତ୍ରର କମ୍ପାନୀକୁ ଟେଣ୍ଡର ଜାରି କରିବାକୁ ଯାଉଛନ୍ତି, ଯେଉଁମାନଙ୍କୁ ଆଡଭାନ୍ସଡ୍ ମଲ୍ଟିରୋଲ୍ କମ୍ବାଟ୍ ଏୟାରକ୍ରାଫ୍ଟ (AMCA) କାର୍ଯ୍ୟକ୍ରମ ଅଧୀନରେ ପରବର୍ତ୍ତୀ ପିଢ଼ିର ଯୁଦ୍ଧ ବିମାନ ବିକାଶ ଏବଂ ନିର୍ମାଣ କରିବା ପାଇଁ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇଛି । ଏହି ବିଷୟ ସହିତ ପରିଚିତ ସୂତ୍ର ଅନୁଯାୟୀ, ବୈଷୟିକ ଏବଂ ଆଇନଗତ ସର୍ତ୍ତାବଳୀ ଚୂଡ଼ାନ୍ତ ହୋଇଛି, ଏବଂ ତିନୋଟି କମ୍ପାନୀ :- ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ଲିମିଟେଡ୍ ଲାର୍ସନ୍ ଆଣ୍ଡ୍ ଟୁବ୍ରୋ ଭାରତ ଫୋର୍ଜ ହୋଇପାରନ୍ତି ବୋଲି ଆଶା କରାଯିବା ସହ ମାସର ଶେଷ ସୁଦ୍ଧା ଟେଣ୍ଡର ପାଇବା ନେଇ କୁହାଯାଉଛି । ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ ନିର୍ମାଣ ପାଇଁ ଦୌଡ଼ ଏହି କମ୍ପାନୀଗୁଡ଼ିକ ଙ୍କୁ ପ୍ରାରମ୍ଭରେ ସେମାନଙ୍କର ବୈଷୟିକ କ୍ଷମତା ଆଧାରରେ ଚୁକ୍ତିନାମା ପାଇଁ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇଥିଲା । ପୂର୍ବ ସଂକ୍ଷିପ୍ତ ତାଲିକା ପର୍ଯ୍ୟାୟରେ, ସାର୍ବଜନୀନ କ୍ଷେତ୍ରର ଉଦ୍ୟୋଗ ହିନ୍ଦୁସ୍ତାନ ଏରୋନଟିକ୍ସ…

Read More