Author: TRUPTIMAYEE SAHOO

ପ୍ରଶାନ୍ତ ମହାସାଗରରେ ଏଲ୍ ନିନୋ ନାମକ ଏକ ପ୍ରାକୃତିକ ଘଟଣା ଦେଖାଦେଇଛି, ଯାହା ସମୁଦ୍ରର ତାପମାତ୍ରା ବୃଦ୍ଧି କରିଛି । ସମଗ୍ର ୟୁରୋପକୁ ଗରମ ଲହରୀ ପ୍ରକୋପରେ ପକାଇବା ପରେ, ଏହି ଭୟଙ୍କର ବିପଦ ଏବେ ଭାରତ ଆଡ଼କୁ ଅଗ୍ରସର ହେଉଛି । ଏହାର ପ୍ରଭାବ ଭାରତୀୟ ଉପମହାଦେଶରେ ସବୁଠାରୁ ତୀବ୍ର ଭାବରେ ଅନୁଭୂତ ହେଉଛି, ଯେଉଁଠାରେ କୃଷି ପଦ୍ଧତି ମୁଖ୍ୟତଃ ମୌସୁମୀ ଉପରେ ନିର୍ଭରଶୀଳ । ଯଦିଓ ଆଧୁନିକ କୃଷି ଏବଂ ଜଳସେଚନ ପଦ୍ଧତି ; ଯେପରିକି ନଳକୂପ ଏବଂ ପମ୍ପିଂ ସେଟ୍ ଇତ୍ୟାଦି ବର୍ତ୍ତମାନ ଉପଲବ୍ଧ, ଫସଲ ପାଇଁ ବର୍ଷାଜଳକୁ ଏକ ଦିବ୍ୟ ଆଶୀର୍ବାଦ ଭାବରେ ବିବେଚନା କରାଯାଉଛି । ଭାରତ ପାଣିପାଗ ବିଭାଗ (IMD) ମଧ୍ୟ ଆଶଙ୍କା ପ୍ରକାଶ କରିଛି ଯେ ଏଲ୍ ନିନୋର ପ୍ରଭାବ ଯୋଗୁଁ ୨୦୨୬ ମୌସୁମୀ ଋତୁରେ ହ୍ରାସ ପାଇପାରେ। ଫଳସ୍ୱରୂପ, କେନ୍ଦ୍ର ସରକାର ଆଗାମୀ ଖରିଫ ଫସଲ ଋତୁକୁ ଏଲ୍ ନିନୋର…

Read More