Author: TRUPTIMAYEE SAHOO

ଓଡ଼ିଶାର ରାଜନୀତିରେ ଗତ କିଛି ବର୍ଷ ଧରି ଯେଉଁ ନାମଟି ସର୍ବାଧିକ ଚର୍ଚ୍ଚିତ — ସେହି ହେଉଛନ୍ତି ଭୈରବ କାର୍ତ୍ତିକେୟନ ପାଣ୍ଡିଆନ। କେବେ ନବୀନ ପଟ୍ଟନାୟକଙ୍କ ବିଶ୍ୱସ୍ତ ସେବାକାରୀ, କେବେ ରାଜନୀତିକ ଚତୁରତାର ମାଷ୍ଟରମାଇଣ୍ଡ, ଆଉ କେବେ ବିଜେପି ରାଜନୀତିର ପ୍ରଧାନ ଟାର୍ଗେଟ। ଆଶ୍ଚର୍ଯ୍ୟ ହେଉଛି, ଯେତେବେଳେ ନିର୍ବାଚନ ନିକଟ ଆସେ, ତେବେ ମାତ୍ର ପାଣ୍ଡିଆନଙ୍କ ନାମ ପୁଣି ଛର୍ଚ୍ଚାକୁ ଆସେ। ବିଜେଡି ଶାସନକାଳରେ ଭି.କେ. ପାଣ୍ଡିଆନଙ୍କ ଭୂମିକା ଅନେକ ଚର୍ଚ୍ଚା ମଧ୍ୟରେ ରହିଛି। ଅନେକ ନେତା ମାନନ୍ତି — ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିରେ ପାଣ୍ଡିଆନଙ୍କ ପ୍ରଭାବ ଅସାଧାରଣ ଥିଲା। ସେହି ଅଧିକ ପ୍ରଭାବକୁ ନେଇ ବିରୋଧୀ ଦଳମାନେ ଏକ ମହାନ ଅସନ୍ତୋଷ ସୃଷ୍ଟି କରିଥିଲେ। ନିର୍ବାଚନ ଆସିଲେ ଏହି ଅସନ୍ତୋଷୟ ପୁଣି ସାମ୍ନାକୁ ଆସିଛି। ଏଥର ମଧ୍ୟ ନୂଆପଡ଼ା ଉପନିର୍ବାଚନ ଅଭିଯାନରେ ସେହି ପୁରୁଣା କାହାଣୀ ନୂଆ ଭାବରେ ଫେରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ନିର୍ବାଚନୀ ସଭାରେ…

Read More