Author: TRUPTIMAYEE SAHOO

ଉପନିର୍ବାଚନକୁ ନେଇ ଓଡ଼ିଶାର ରାଜନୀତି ରାଜଧାନୀଠାରୁ ନୂଆପଡ଼ା ପର୍ଯ୍ୟନ୍ତ ସରଗରମ ହୋଇଯାଇଛି। ଏହି ଉପନିର୍ବାଚନକୁ ବିଜେଡି ଓ ବିଜେପି ମଧ୍ୟରେ ଏକ ସାଧାରଣ ଆସନ ଯୁଦ୍ଧ ଭାବେ ନୁହେଁ, ଏକ “ପ୍ରତିଷ୍ଠା ଯୁଦ୍ଧ” ଭାବେ ଦେଖାଯାଉଛି। ଏପରି ପରିପେକ୍ଷରେ ବିଜେଡି ସଭାପତି ଓ ରାଜ୍ୟର ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ଅପିଲ — “ବିଜେପି ଶାସନରେ ମହିଳାଙ୍କ ଉପରେ ହିଂସା ବଢ଼ିଛି” — ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ରୂପେ ଆଗକୁ ଆସିଛି। କିନ୍ତୁ ଏହି ଅପିଲର ସତ୍ୟତା କେତେ? ନିଜ ଶାସନକାଳର ନୀତିଗୁଡ଼ିକୁ ଦୂରରେ ରଖି ବିଜେପିକୁ ଦୋଷ ଦେବା ଏକ ସହଜ ରାଜନୀତିକ ଆଶ୍ରୟ ହୋଇପାରେ, କିନ୍ତୁ ତଥ୍ୟ ଯେବେ ସାମ୍ନାକୁ ଆସେ, ସେଥିରେ ଚିତ୍ର ଅନ୍ୟ ପ୍ରକାର ହୋଇଯାଏ। ଓଡ଼ିଶାରେ ମହିଳାଙ୍କ ବିରୋଧରେ ଅପରାଧ: ତଥ୍ୟ ଯାହା କହେ ଭାରତ ସରକାରର ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି)ର ୨୦୨୩ ରିପୋର୍ଟ ଅନୁସାରେ, ଓଡ଼ିଶାରେ “ମହିଳାଙ୍କ ବିରୋଧରେ…

Read More