Author: TRUPTIMAYEE SAHOO

କେମିତି ବିଜେପି ଏତେ ଭୋଟ ପାଇଲା? କାହିଁକି ଏକ ଅଭୂତପୂର୍ବ ବିଜୟ ହାସଲ କରିବା ପଥରେ ବିଜେପି ଅଗ୍ରସର ହେଲା? ଏ ପ୍ରଶ୍ନ ଏବେ ରାଜନୀତିକ ମହଲରେ ଗୁଞ୍ଜରିତ ହେଉଛି। କାରଣ ନୂଆପଡ଼ାରେ ଯାହା କେବେ ହୋଇ ନଥିଲା ତାହା ହୋଇଛି। ଭାରତୀୟ ଜନତାପାର୍ଟିର ପ୍ରାର୍ଥୀ ସର୍ବାଧିକ ଭୋଟ ମାର୍ଜିନରେ ଲଗାତାର ଅଗ୍ରସରର ହେଉଛନ୍ତି। ପ୍ରତିଟି ରାଉଣ୍ଡରେ ତାଙ୍କୁ ଅଧିକ ଭୋଟ ମିଳୁଛି। ଏବେ ୧୪ତମ ରାଉଣ୍ଡ ଶେଷ ବେଳକୁ ସେ ୬୮ ହଜାର ୫୪୩ ଭୋଟ ପାଇଥିବା ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।  ୨୦୨୪ ନିର୍ବାଚନରେ ରାଜେନ୍ଦ୍ର ଢୋଲକିଆ ପାଇଥିବା ଭୋଟଠାରୁ ଏହା ପ୍ରାୟ ୬ ହଜାର ଅଧିକ। ଆହୁରି ୧୨ ରାଉଣ୍ଡ ଗଣତି ବାକି ରହିଛି। ଏଣୁ ଆଗକୁ ଏହା ଆହୁରି ବଢ଼ିପାରେ।  ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର।  ଶ୍ରୀ ମିଶ୍ର କହିଛନ୍ତି ଏହା ‘ସରକାରୀ କଳ, ଦଳ ଏବଂ ନିର୍ବାଚନ…

Read More