Author: TRUPTIMAYEE SAHOO

ଚଳିତ ବିହାର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ଏହି ଫଳାଫଳ ବିରୋଧୀ ମହାମେଣ୍ଟର ଅନ୍ୟତମ ଅଂଶୀଦାର ଦଳ ଆରଜେଡିକୁ ଶକ୍ତ ଧକ୍କା ପହଞ୍ଚାଇଛି। ଗତ ନିର୍ବାଚନରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଆରଜେଡି ଏଥର ଏକପ୍ରକାର ଧରାଶାୟୀ ହୋଇପଡ଼ିଛି। ମହାମେଣ୍ଟର ଅନ୍ୟତମ ଅଂଶୀଦାର କଂଗ୍ରେସର ପ୍ରଦର୍ଶନ ଏଥର ଶୋଚନୀୟ ହୋଇପଡ଼ିଛି। ଆରଜେଡି ଓ କଂଗ୍ରେସ ଯଥାକ୍ରମେ ୨୭ ଓ ୬ ଆସନରେ ବିଜୟୀ ହୋଇଥିବାବେଳେ ମହାମେଣ୍ଟ ମୋଟ ୩୪ଟି ଆସନରେ ବିଜୟୀ/ଆଗୁଆ ରହିଛି। ଚୂଡାନ୍ତ ଫଳ ଘୋଷଣା ହେଲେ ଏହି ସଂଖ୍ୟାରେ କିଛି କମ ବେଶୀ ହୋଇପାରେ। ତେବେ ବିହାରରେ ସରକାର ଗଠନ କରିବା ମହାମେଣ୍ଟ ପାଇଁ ସ୍ୱପ୍ନ ପାଲଟିଛି। ନିର୍ବାଚନ ବିଶେଷଜ୍ଞମାନେ ମହାମେଣ୍ଟର ପରାଜୟ ପାଇଁ ୫ଟି ପ୍ରମୁଖ କାରଣ ଦର୍ଶାଇଛନ୍ତି। ଚଳିତ ନିର୍ବାଚନରେ ଆରଜେଡି ୧୪୩ ଆସନରେ ପ୍ରାର୍ଥୀ ଛିଡ଼ା କରିଛି। ତେବେ ଏମାନଙ୍କ ମଧ୍ୟରେ ଯାଦବ ସଂପ୍ରଦାୟର ୫୨…

Read More