Author: TRUPTIMAYEE SAHOO

ନୂଆପଡ଼ା ବିଧାନସଭା ଉପ ନିର୍ବାଚନରେ ବିଜେପିର ବିଶାଳ ବିଜୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୧୭ ମାସର ଶାସନ କାଳ ଉପରେ ରାଜ୍ୟବାସୀଙ୍କ ମୋହର ସଦୃଶ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ନେତୃତ୍ବରେ ବିଜେଡି ହାତରୁ ବିଜେପି ନୂଆପଡ଼ା ଆସନ ଛଡ଼ାଇ ଆଣିଛି। ମୋହନଙ୍କ ସଫଳ ରାଜନୈତିକ ଗୋଟି ଚାଳନା ଯୋଗୁଁ ଏହି ଉପନିର୍ବାଚନରେ ବିଜୟ ହାସଲ କରିଛି ବିଜେପି। ଏହାସହ ବିଧାନସଭାରେ ବିଜେପି ସଦସ୍ୟ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି। ନିର୍ବାଚନରେ ୫୮.୨୭% ଭୋଟ ପାଇଥିବା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୮୩, ୭୪୮ ଖଣ୍ଡ ଭୋଟରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଘାସିରାମ ମାଝୀଙ୍କୁ ପରାସ୍ତ କରିଛନ୍ତି। ଏହି ନିର୍ବାଚନ ଫଳାଫଳ ରାଜ୍ୟ ରାଜନୀତି ଉପରେ ଦୀର୍ଘମିଆଦି ପ୍ରଭାବ ପକାଇବାକୁ ଯାଉଛି। ପ୍ରଥମ ଦିନରୁ ହିଁ ନିଜେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନୂଆପଡ଼ା ଉପ ନିର୍ବାଚନର ମଙ୍ଗ ଧରିଥିଲେ। ପ୍ରାର୍ଥୀ ମନୋନୟନରୁ ଆରମ୍ଭ କରି ନିର୍ବାଚନ ପରିଚାଳନା କ୍ଷେତ୍ରରେ ତାଙ୍କର ପ୍ରମୁଖ…

Read More