Author: TRUPTIMAYEE SAHOO

ନୂଆପଡ଼ା ଉପନିର୍ବାଚନର ଫଳାଫଳ କେବଳ ଜଣେ ପ୍ରାର୍ଥୀଙ୍କ ବିଜୟ–ପରାଜୟର କାହାଣୀ ନୁହେଁ। ଏହା ଓଡ଼ିଶାର ରାଜନୀତିରେ ଘଟୁଥିବା ଏକ ବଡ଼ ପରିବର୍ତ୍ତନର ପ୍ରଥମ ଚିହ୍ନ, ଯାହା ବିଜେଡି, ତାର ନେତୃତ୍ୱ ଓ ବିଶେଷତଃ ନବୀନ ପଟ୍ଟନାୟକଙ୍କ ଭବିଷ୍ୟତ୍‌କୁ ଗଭୀର ପ୍ରଭାବ ପକାଇପାରେ। ୨୪ ବର୍ଷର ସରକାରୀ ଅଭିଜ୍ଞତା, ଶାସନ ମଡେଲ୍, ପ୍ରଶାସନିକ ଶୈଳୀ ଓ ନବୀନଙ୍କ ‘ବ୍ରାଣ୍ଡ ଇମେଜ୍’— ସତ୍ୟ ସେତେବେଳେ ଆଜିର ନୂଆପଡ଼ାର ରାୟ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି। ନୂଆପଡ଼ା ଦେଇଲା ନବୀନଙ୍କୁ କଠୋର ବାର୍ତ୍ତା ସରକାର ହାରିବା ପରେ ଏହା ଥିଲା ବିଜେଡିର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ଉପନିର୍ବାଚନ। ସ୍ଥାନୀୟ ଲୋକଙ୍କ ମନୋଭାବ ଅନୁଯାୟୀ- • ପୂର୍ବରେ ନବୀନଙ୍କ ମାତ୍ର ଉପସ୍ଥିତି ମଧ୍ୟ ଭୋଟରେ ଲାଭ ଆଣୁଥିଲା, • କିନ୍ତୁ ଏଥର ଲୋକ ଭଲଭାବେ ବୁଝାଇଦେଲେ-ନବୀନଙ୍କ ଚମକ ଆଉ କାମ କରୁନାହିଁ। ନୂଆପଡ଼ାର ଭୋଟ ଅନୁପାତ ଏହାକୁ ସ୍ପଷ୍ଟ କରିଦେଲା ଯେ, ବିଜେଡି କେବଳ ପରାଜିତ ହେଲା ତାହା…

Read More