Author: TRUPTIMAYEE SAHOO

ଜମ୍ମୁ ଓ କାଶ୍ମୀରର ଶ୍ରୀନଗର ନିକଟବର୍ତ୍ତୀ ନୌଗାମରେ ଏକ ପୋଲିସ ଷ୍ଟେସନ ଭିତରେ ବିପୁଳ ପରିମାଣର ଜବତ ବିସ୍ଫୋରକ ବିସ୍ଫୋରଣ ହେବା ଫଳରେ ନଅ ଜଣ ପ୍ରାଣ ହରାଇଛନ୍ତି ଏବଂ ୨୯ ଜଣ ଆହତ ହୋଇଛନ୍ତି। ଶୁକ୍ରବାର ରାତିରେ ପୋଲିସ ଅଧିକାରୀ ଏବଂ ଫରେନସିକ୍ ଟିମ୍ କର୍ମଚାରୀମାନେ ହରିୟାଣାର ଫରିଦାବାଦରୁ ସମ୍ପ୍ରତି ଅଣାଯାଇଥିବା ବିସ୍ଫୋରକ ସାମଗ୍ରୀର ଯାଞ୍ଚ କରୁଥିବା ସମୟରେ ବିସ୍ଫୋରଣ ଘଟିଥିଲା। ମୃତକଙ୍କ ମଧ୍ୟରୁ ଅଧିକାଂଶ ପୋଲିସ ଏବଂ ଫରେନସିକ୍ ଅଧିକାରୀ ଥିଲେ ; ଶ୍ରୀନଗର ପ୍ରଶାସନର ଦୁଇ ବରିଷ୍ଠ ଅଧିକାରୀ ମଧ୍ୟ ବିସ୍ଫୋରଣରେ ମୃତ୍ୟୁବରଣ କରିଛନ୍ତି। ନୌଗାମ ପୋଲିସ ଷ୍ଟେସନକୁ ଘେରାବନ୍ଦୀ କରାଯାଇଛି ଆହତମାନଙ୍କୁ ଭାରତୀୟ ସେନାର ୯୨ ବେସ୍ ହସ୍ପିଟାଲ୍ ଏବଂ ଶେର-ଇ-କାଶ୍ମୀର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ କୁ ନିଆଯାଇଛି। ପୋଲିସ ଷ୍ଟେସନକୁ ଘେରାବନ୍ଦୀ କରାଯାଇଛି ଏବଂ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଜୈଶ-ଏ-ମହମ୍ମଦ (ଜେଏମ୍) ସହିତ ଜଡ଼ିତ ଏକ ଆତଙ୍କବାଦୀ ମଡ୍ୟୁଲ୍ ର ତଦନ୍ତର…

Read More